-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
01-Apr-2024
ମୁରିବାହାଲ(ସୁଦାମ ଚରଣ ବଘାର ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ସଦର ଫରେଷ୍ଟ ବିଟ ଅନ୍ତର୍ଗତ ଲେବଡା ପଞ୍ଚାୟତ ଓ ଅଦାବାହାଲ ପଞ୍ଚାୟତ ମଧ୍ୟସ୍ଥ ଅଇଁଲାଭଟା ଗ୍ରାମର ଗୋଚରରେ ଥିବା ଏକ ଚାଷ ଜମିର ପାଳଗଦାରେ ଲୁଚାଇ ରଖାଯାଇଥିବା ୧୩୨ ଖଣ୍ଡ ମୂଲ୍ୟବାନ କେନ୍ଦୁଗଣ୍ଡିକୁ ଜଙ୍ଗଲ ବିଭାଗ ପକ୍ଷରୁ ଶୁକ୍ରବାର ରାତିରେ ଚଢାଉ କରି ଜବତ କରାଯାଇଛି । ଏହି ସ୍ଥାନକୁ ଏତେ ସଂଖ୍ୟକ କେନ୍ଦୁଗଣ୍ଡି ନେଇ କିଏ ଗଚ୍ଛିତ କରି ରଖିଥିଲା ତାହାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏଥିରେ ବଡ ବଡ ଚୋରା ଚାଲାଣକାରୀମାନେ ସାମିଲ ହୋଇଥିବା ବେଳେ ସେମାନେ ସବୁବେଳେ ଜଙ୍ଗଲ ବିଭାଗ ଆଖିରେ ଧୂଳି ଦେଇ ବାରମ୍ବାର ଫେରାର ହୋଇଯାଉଛନ୍ତି । ଜବତ ହୋଇଥିବା କେନ୍ଦୁଗଣ୍ଡିକୁ ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଥିଲା । ଏହି ଚଢ଼ାଉରେ ମୁରିବାହାଲ ରେଞ୍ଜର ନିଲାନ୍ଦ୍ରି ଭୋଇଙ୍କ ନେତୃତ୍ୱରେ ମୁରିବାହାଲ ଫରେଷ୍ଟର ପୁଷ୍ପାଞ୍ଜଳି ଯୋଶୀ, ଯଏଁତରା ଫରେଷ୍ଟର ଧ୍ରୁବ ଚରଣ lବଗର୍ତ୍ତି, ଡଙ୍ଗାବାଞ୍ଜି ଫରେଷ୍ଟର ଘନଶ୍ୟାମ ପଶାୟତ, ଫରେଷ୍ଟ ଗାର୍ଡ ଅଜିତ ବେହେରା, ଗୋପାଳକୃଷ୍ଣ ଗଡତିଆ ଓ ଆଇପିସିଏ ସ୍କ୍ୱାର୍ଡର ଧନସାଏ ମାଝୀ, ହରମନ ମହାନନ୍ଦ, ସୁରେଶ ମାଝୀ, ଗୁଣ ପୁଟେଲ, ନବଦୀପ ଧରୁଆ ପ୍ରମୁଖ ଏହି ଚଡାଉ ରେ ସାମିଲ ଥିଲେ ।