-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
31-Mar-2024
ଲୋଇସିଂହା, (ବିନୋଦ କୁମାର ଦୀପ): ଲୋଇସିଂହା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଚବିଶ ପ୍ରହରୀ ମହାନାମ ସଂକୀର୍ତନ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପୂର୍ଣ୍ଣ କଳସ ସ୍ଥାପନ କରାଯିବା ସହ ପ୍ରଥମ ଦିନ ସକାଳେ ଶତାଧିକ ମହିଳା କଳସ ଶୋଭାଯାତ୍ରାରେ ବାହାରି ଗ୍ରାମ ସ୍ଥିତ ପୋଖରୀରୁ ମନ୍ତ୍ରିତ ଶୁଦ୍ଧ ଜଳ ଭର୍ତ୍ତି ପୂର୍ଣ୍ଣ କଳସ ସହ ଗ୍ରାମ ପରିକ୍ରମା ପରେ ପୂଜା ମଣ୍ଡପରେ ପହଞ୍ଚିଥିଲେ। ପଣ୍ଡିତ ସୁଦାଂଶୁ ଶେଖର ପାଣ୍ଡିଆ ଙ୍କ ମନ୍ତ୍ର ପାଠ କ୍ରମେ ଷୋଡଶ ପୂଜା, ହୋମ ଆହୁତି ପ୍ରଦାନ ପୂର୍ବକ ମହାମନ୍ତ୍ର ନାମ ଯପ ଆରମ୍ଭ ହୋଇଥିଲା l ଗ୍ରାମର ପ୍ରଦୀପ କଦମ ଓ ତାଙ୍କ ଧର୍ମପତ୍ନୀ କର୍ତ୍ତା ଦାୟିତ୍ଵ ତୁଲାଉଛନ୍ତି। ଏହି ଚବିଶ ପ୍ରହରୀ ନାମଯଜ୍ଞ ରେ ସମୁଦାୟ 35 ଟି ଦଳ ନାମ ସଙ୍କୀର୍ତ୍ତନରେ ସହଯୋଗ କରିଥିବା ବେଳେ ଆସନ୍ତା 31 ତାରିଖ ଦିନ ଏହାର ପୂର୍ଣ୍ଣାହୁତି ପଡ଼ିବ ବୋଲି କାର୍ଯକାରୀ ସଭାପତି ଭୁତନାଥ ନାଏକ ସୂଚନା ଦେଇଛନ୍ତି l