-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
30-Mar-2024
ହରଭଙ୍ଗା(ଜୟ କୁମାର ମହାରଣା ):ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଖୋର୍ଦ୍ଧା- ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ରଙ୍ଗମାଟିଆ ନିକଟରେ ଶୁକ୍ରବାର ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି l ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ 57 ନମ୍ବର ଜାତୀୟ ରାଜପଥ ଦେଇ ବାଣୀ ଗୋଛା ଥାନା ତାକୁଡା ଗ୍ରାମର ମନୋଜ ସାହୁ ନାମକ ଜନୈକ ବ୍ୟକ୍ତି ବାଇକ୍ ଯୋଗେ ଚାରିଛକ ପଟୁ ପଠାଯାଇଥିଲା ବୌଦ୍ଧ ଆଡ଼କୁ ଆସୁଥିବା ବେଳେ ସମାନ ଦିଗରୁ ଆସୁଥିବା ଏକ ବାଇକ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ମାରିଥିଲା l ସ୍ଥାନୀୟ ଲୋକେ ଗୁରୁତର ବାଇକ ଆରୋହୀଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଡାକ୍ତରଖାନା ଚିକିତ୍ସା ପାଇଁ ପଠାଇଥିଲେ। ପୁରୁଣାକଟକ ପୁଲିସ ଘଟଣାର ତଦନ୍ତ ଚଳେଇଛି।