-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
30-Mar-2024
ହରଭଙ୍ଗା (ଜୟ କୁମାର ମହାରଣା ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ନୂଆ କୋଡାଶିଙ୍ଗା ଗ୍ରାମରୁ ଶନିବାର ବନବିଭାଗ ଏକ ଗାଡ଼ଭାଲୁକୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରିଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ସକାଳେ ନୂଆକୋଡାସିଙ୍ଗା ଗ୍ରାମ୍ୟ ଜଙ୍ଗଲ ନିକଟରେ ଏକ ଗାଡଭାଲୁ ମୁର୍ମୁଷୁ ଅବସ୍ଥାରେ ପଡ଼ିଥିବା ବନ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଁଚି ଭାଲୁଟିକୁ ଉଦ୍ଧାର କରିଥିଲା। ଭାଲୁ ବାମଗୋଡ଼ ପାର୍ଶ୍ଵରେ ଏବଂ ପେଟ ସହିତ ମଳଦ୍ୱାର ମୁହଁରେ ଘା ସହିତ ପୋକ ହୋଇଯାଇଥିବା ଦେଖିବାକୁ ମିଳିଥିଲା।ଭାଲୁର ଚିକିତ୍ସା ପାଇଁ ବନବିଭାଗ ହରଭଙ୍ଗା ପଶୁ ଚିକିତ୍ସା କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ହରଭଙ୍ଗା ବିଭିଓ ବୀରେନ୍ଦ୍ର ପୃଷ୍ଟି ଭାଲୁର ଚିକିତ୍ସା ପରେ ତାକୁ ଚାରିଛକ ବନବିଭାଗ ନର୍ସରିରେ ସାଇତି ରଖାଯାଇଛି। ଆଜି ଭାଲୁ ଉଦ୍ଧାର ସମୟରେ ପୁରୁଣାକଟକ ରେଞ୍ଜ ଅଫିସର ଜୟନ୍ତ କୁମାର ଦାଶ, କୁଶଙ୍ଗ ବନପାଳ ଚିତ୍ତରଞ୍ଜନ ପ୍ରଧାନ, ଚାରିଛକ ବନପାଳ ସତୀଶ ରଞ୍ଜନ କମ୍ପ ପ୍ରମୁଖ ଉପସ୍ଥିତ ଥିଲେ।