-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
23-Dec-2020
ବଲାଙ୍ଗୀର,(ପ୍ରେରଣା ଖବର) - ରାଜ୍ୟରେ ପୋଲିସ ବିଭାଗ ର ଏକ ବଡ଼ ଧରଣର ଅଦଳ ବଦଳ କରାଯାଇ ଥିବା ସୂଚନା ମିଳିଛି । ଏହି ବଦଳି କ୍ରମେ ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧିକାରୀ ମଡକର ସନ୍ଦୀପ ସଂପଦଙ୍କୁ କେନ୍ଦ୍ରାପଡ଼ା କୁ ବଦଳି ହୋଇଥିବା ବେଳେ ବଲାଙ୍ଗିରକୁ ନବରଙ୍ଗପୁର ଜିଲ୍ଲା ଏସ୍ପି କୁଶଳକର ନିତିନ ଡାଗଡୁଙ୍କୁ ବଲାଙ୍ଗିର ଜିଲ୍ଲା ଏସ୍ପି ଭାବେ ବଦଳି ହୋଇଛି । ରାଜ୍ୟ ସରକାର ଆଜି ଆଇପିଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ନୟାଗଡ଼ ଏସ୍ପିଙ୍କ ସମେତ ମୋଟ୍ ୨୨ ଜଣ ଅଧିକାରୀଙ୍କର ବଦଳି ହୋଇଥିବା ସୂଚନା ମିଳିଛି । ନୟାଗଡ଼ ଏସ୍ପି ପ୍ରତ୍ୟୁଷ ଦିଓ୍ଵାକରଙ୍କୁ ଏଆଇଜି ମୁଖ୍ୟ କାର୍ୟ୍ୟାଳୟରେ ଅବସ୍ଥାପିତ କରାଯାଇଛି । ତାଳଚେରରେ ଏସ୍ଡିପିଓ ଭାବେ କାର୍ୟ୍ୟରତ ସିଦ୍ଧାର୍ଥ କଟାରିଆଙ୍କୁ ନୟାଗଡ଼ ଏସ୍ପି ଭାବେ ଦାୟିତ୍ବ ପ୍ରଦାନ କରାଯାଯାଇଛି ।