-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
24-Dec-2020
ସମ୍ବଲପୁର,(ସଞ୍ଜିବ ପାଣିଗ୍ରାହୀ ଙ୍କ ରିପୋର୍ଟ): ଯୁଯୋମୁରା ବ୍ଲକ ଅନ୍ତର୍ଗତ ବାହାମ ପଞ୍ଚାୟତ ରେ ଥିବା କଦଳିମୁଣ୍ଡା ଗ୍ରାମ ରେ ହାତୀପଲ ଙ୍କୁ ନେଇ ଭୟ ର ବାତାବରଣ ସୃଷ୍ଟି କରିଛି। ବୁଧବାର ବିଳମ୍ବିତ ରାତ୍ରି ପ୍ରାୟ ୨ ଟା ରେ ହାତୀପଲ କଦଳୀମୁଣ୍ଡା ଗ୍ରାମରେ ପଶି ଦିଲିପ୍ ମିର୍ଦ୍ଧା ଙ୍କ ଖଳା ରେ ଅମଳ ପରେ ରଖା ଯାଇଥିବା ପ୍ରାୟ ୪୦ ବସ୍ତା ଧାନ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଛନ୍ତି । ଆଜି ସନ୍ଧ୍ୟା ରେ ମଧ୍ୟ ବଳକା ଧାନ ବସ୍ତା ଟ୍ରକ୍ ରେ ଭର୍ତି କରିବା ସମୟ ରେ ପୁଣି ଥରେ ୨ ଟି ହାତୀ ଖଳା ରେ ପହଞ୍ଚିଥିଲେ। ସେହି ସମୟ ରେ ସୁଚନା ପାଇ ପଡିଆବହାଲ ବନବିଭାଗ ର କର୍ମୀ ପହଞ୍ଚିବା ପରେ ହାତୀପଲ କୁ ଘଉଡାଇ ଦିଆଯାଇଥିଲା । ପ୍ରତି ବର୍ଷ ଏହି ଗ୍ରାମରେ ହାତୀପଲ ର ପ୍ରବେଶ ଓ ଧାନର ନଷ୍ଟ ହେଉଥିବା ଘଟଣା ଚାଷୀ ମାନଙ୍କୁ ସମ୍ମୁଖୀନ ହେବାକୁ ପଡ଼ିଥାଏ ।