-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
23-Dec-2020
ବଲାଙ୍ଗୀର,(ପ୍ରେରଣା ଖବର) - ବିଗତ କିଛି ଦିନ ତଳେ ବଲାଙ୍ଗିର ଜିଲ୍ଲା ଓକିଲ ସଂଘର ନବନିର୍ବାଚିତ ସଭାପତି ଓ ସମ୍ପାଦକଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଉକ୍ତ ଶିବିରର ଉଦ୍ଦେଶ୍ୟ ହେଲା ବଲାଙ୍ଗୀର ସହର ତଥା ଜିଲ୍ଲା ର ସମସ୍ତ ସ୍ଥାନରେ ବର୍ତ୍ତମାନ ଷ୍ଟାମ୍ପ ବିକ୍ରୀ ରେ ଲଗାମ ବିହୀନ କଳାବଜାରୀ ଲାଗି ରହିଛି, ଯେଉଁ ଥିରେ କି ଗରିବ ଗୁରୁବା ଲୋକେ ଅନେକ ହଇରାଣ ର ସମ୍ମୁଖୀନ ହେଉଥିବା ନଜରକୁ ଆସିଛି । ଏହିସବୁ ବିଷୟ ଶିବିର ଆୟୋଜନ ର ମୂଳ ଲକ୍ଷ୍ୟ ଥିବା କହିଛନ୍ତି ସମ୍ପାଦକ ବାସୁଦେବ ରଥ । ଅପର ପକ୍ଷରେ ଆମେ ଯାଇ ଉପଜିଲ୍ଲାପାଳଙ୍କୁ ଏହି ସବୁ ବିଷୟରେ ଅବଗତ ତଥା ପ୍ରତିକ୍ରିୟା ନେବାରୁ ସେ ପୂର୍ବରୁ ହିଁ ଜିଲ୍ଲା ର ସମସ୍ତ ସ୍ଥାନର ତହସିଲଦାରଙ୍କୁ ଏହିସବୁ ବିଷୟରେ ତଦନ୍ତ ତଥା କଳାବଜାରୀ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ସୁଧାକର ନାୟକ ।