-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
26-Mar-2024
ନବରଙ୍ଗପୁର ( ମିହିର ଶଙ୍କର ପାତ୍ର) ରଙ୍ଗ ପର୍ବ ହିନ୍ଦୁ ମାନଙ୍କ ଏକ ପ୍ରମୁଖ୍ୟ ପର୍ବ ଅଟେ ତେଣୁ ବେଶ ଧୂମଧାମରେ ପାଳନ କରାଯାଉଛି। ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତିକୁ ସୁସାଜିତ ବିମାନରେ ଗ୍ରାମ ପରିକ୍ରମା କଲେ ହିନ୍ଦୁ ଭାଇମାନେ । ହୋଲି ଉତ୍ସବ ଅବସରରେ ଡାବୁଗାଁ ଅଞ୍ଚଳ ଚାରିଆଡେ ଉତ୍ସବ ମୁଖୁର ହଇଯାଇଛି ।ଗତ କାଲି ଠାରୁ ହୋଲି ପଇଁ ମନ୍ଦିର ଗୁଡିକରେ ପୂଜାର୍ଚନା ଆରମ୍ଭ ହୋଇ ଯାଇଥିଲା।ଆଜି ଏହି ଅବସରରେ, ଜଗନ୍ନାଥ ମନ୍ଦିର ,କେଲିଆ ଅଲେଖ ମହିମା ମନ୍ଦିର ନିକଟରେ , ଜୟନ୍ତୀନଗର ରାଧାକୃଷ୍ଣ ମନ୍ଦିରର ସମେତ ଆଖ ପାଖ ମହେନ୍ଦି, ମାନିଗାଁ ମଙ୍ଗରାଚାଚରା ଆଦି ବିଭନ୍ନ ସ୍ଥାନରେ ଧୂମ ଧାମରେ ପାଳିତ ହେଲା ହୋଲି। ପରମ୍ପରା ଅନୁସାରେ ଡାବୁଗାଁ ସଦର ମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ଆଗରେ ଦହି ହାଣ୍ଡି ଫଟାଗଲାଏଵଂ ଗ୍ରାମବାସୀଙ୍କ ଉପସ୍ଥିତିରେ ନାଚଗୀତାର ଅସାର ଜମିଥିଲା।ହିନ୍ଦୁ ଭାଇମାନେ ଆଜି ଏହି ଭାଇଚାରାର ପର୍ବ ଧୁମଧାମରେ ପାଳନ କଲେ।