-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
26-Mar-2024
ସିନ୍ଧେକେଲା(ଦୀନେଶ ଜୈନ)- ବଙ୍ଗୋମୁଣ୍ଡା ବ୍ଳକ ଅନ୍ତର୍ଗତ ତିନିଟିଜିଲ୍ଲା ସୀମାନ୍ତବର୍ତ୍ତୀ ବଲାଙ୍ଗିର, ନୂଆପଡ଼, କଳାହାଣ୍ଡି, ଉପାନ୍ତ ଇଲାକା ତୁରେକେଲା, ବରକାନି, ଝିଙ୍କିପଡା, ବଠର୍ଲା, ଟିଟିଗାଁ,ଗଞ୍ଜିଆପଡା,ଦାବଝର,ମାଲପଡା,ଯାମପଡା,କୁର୍ରୁଲୁଭଟା ପ୍ରଭୁତି ଗାଁ ଗୋଟିଏ ରକମର ଚକାଗୁଜିଆ,ଓ ଘଟୁଆଲ-ସଂରକ୍ଷିତଜଙ୍ଗଲ ପାଦଦେଶରେ ଗ୍ରାମ ବସ୍ତି ସ୍ଥାପନ ହୋଇଛି।ଯାହାକି କାଳକ୍ରମେ ଉକ୍ତ ସଂରକ୍ଷିତ ଜଙ୍ଗଲ ଗୋଡିକକୁ ସାଧାରଣ ଲୋକେ ଜଙ୍ଗଲ କାଟି ଦେଇ ଚାଷ ଜମି ରେ ପରିଣତ କଲା ପରେ ମଧ୍ୟ ।ଚାଷୀଙ୍କ ନିଜସ୍ୱ ଜମି ଆଡ଼ି ମଧ୍ୟରେ ବଞ୍ଚିତ ରହିଥିବା । ମହୁଲ ଗଛରୁ ସଂଗ୍ରହ କରୁଛନ୍ତି ଚାଷୀ ପରିବାର ତେବେ ପୂର୍ବଭଳି ପ୍ରଚୁର ପରିମାଣରେ ମହୁଲ ମିଳୁନଥିବା କାରଣ ହୋଉଛି ମହୁଲଗଛ ଗୁଡିକ ବନ୍ୟାବାତ୍ୟାବଦିନକୁଦିନ ଜାଳେଣି କାଠ ବ୍ୟବସାୟୀଙ୍କ
ଲୋଲୋପ ଶିକାର ପାଇଁ ଇଟା ଭାଟି ପୋଡା ଜଳା ପାଇଁ ନଷ୍ଟ ।
ହୋଇ ଯାଇଥିଲେ ସୁଦ୍ଧା ସେହି ତୁଳନାରେ ବର୍ତ୍ତମାନ ମଧ୍ୟ ମହୁଳ ଫୁଲ ସଂଗ୍ରହ ଆବଶ୍ୟକ ତା ଠାରୁ କମ ନୁହେଁ।ବର୍ତ୍ତମାନ ନିଜ ଚାଷ ଜମି ରେ ଥିବା ଗଛ ଗୁଡିକରୁ,ସଂଗ୍ରହ କରୁଛନ୍ତି।ଯେଉଁ ଲୋକ ମାନେ ଜଙ୍ଗଲ ନିକଟ ତଳି ମଧ୍ୟରେ ବସବାସ କରୁଛନ୍ତ।ସେହି ଲୋକ କିମ୍ବା ଚାଷୀ ମାନେ ଜଙ୍ଗଲ ମଧ୍ୟରେ ଥିବା ଗଛ ଏବଂ ନିଜ ଜମିରେ ଥିବା ମହୁଲ ଗଛରୁ ଉକ୍ତ ଫୁଲ ସଂଗ୍ରହ କରୁଛନ୍ତି।କିନ୍ତୁ ବଡ଼ ଦୁଃଖ ର ବିଷୟ ଯେ ଉପରୋକ୍ତ ଫୁଲଟିକୁ ସରକାରଙ୍କ ବହୁତ ବଡ଼ ରାଜସ୍ୱ ଲାଭ ଆଦାୟ କାରୀ ମୁଲ୍ୟବାନ ଫୁଲ ହେଇଥିଲେ ସୁଦ୍ଧା ସଂଗ୍ରହ କାରି ପାଉଛି କିଲୋ ପ୍ରତି ଶାଗ ମାଛ ମୁଲ୍ୟ୨୦ରୁ ୨୫ଟଙ୍କା।ତେବେ ଚାଷ କୁଳ ମାନେ ଙ୍କ ସଂଗ୍ରହ ସମୟ କହିଲେ ପ୍ରତିବର୍ଷ, ଫାଲ୍ଗୁନ ଓ ଚୈତ୍ର ମାସ ମଧ୍ୟ ରେ ବିଶେଷ ଭାବେଫୁଲ ଗଛ ରୁ ବାହାରି ଥାଏ।ତେଣୁ କରି ସଂଗ୍ରହ ପାଇଁ ଚାଷୀ ପରିବାର ଭୋର ପ୍ରତ୍ୟୁଷରୁ ବାହାରି ଯାଇ ସକାଳ ୧୦
ରୁ ୧୧ ଟା ପର୍ଯ୍ୟନ୍ତ ବହୁତ କଷ୍ଟ ପରିଶ୍ରମ କରି ଫୁଲ ଗୋଟାଇ ଥାନ୍ତି ପରିବାର ସମସ୍ତ ସଦସ୍ୟ ସଂଗ୍ରହ ସମୟ ରେ ସହଯୋଗ ହାତ ବଢାଇଥାନ୍ତି।ତାହା ବିକ୍ରି କଲା ବେଳେ ଲାଭ ସବୁତକ ନିଏ ଅସାଧୁ ବେପାରୀ।ତେବେ ଏ କଷ୍ଟ ସାଧ୍ୟ ସଂଗ୍ରହ ନିଶା ଫୁଲ କୁ ପ୍ରଶାସନଙ୍କ ପକ୍ଷରୁ ଉଚିତ ମୁଲ୍ୟରେ କିଣା ଗଲେ ଚାଷୀ ଓ ସଂଗ୍ରହ କରି କିଛିଟା ପରିଶ୍ରମ ମୁଲ୍ୟ ମିଳନ୍ତା ବୋଲି ଚାଷୀ ସୂତ୍ରରୁ ପ୍ରକାଶ ପାଇଛି।ତେବେ ପ୍ରଶାସନ ଙ୍କ ଦୃଷ୍ଟି ଦେବାକୁ ଚାଷୀ ମହଲ ଦାବୀ ହେଉଛି।