-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
26-Mar-2024
ବଲାଙ୍ଗିର(ପ୍ରେରଣା ଖବର ): ଫଗୁଣର ମଧୁ ମୂର୍ଚ୍ଛନା ଓ ହରିହର ଭେଟ କାର୍ଯ୍ୟକ୍ରମ
ସ୍ଥାନୀୟ ଟିକ୍ରାପଡା ଦଧି ବାମନ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହୋଇ ଯାଇଛି l ଅନୁଷ୍ଠାନର ସଭାପତି ଶ୍ରୀମତୀ କସ୍ତୁରୀ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଯୁବ ସାମ୍ବାଦିକ ଓ କବି ସନ୍ଦୀପ କୁମାର କୁଅଁର ଯୋଗଦେଇ ଫଗୁଣ ପୁର୍ଣିମାର ମହତ୍ୱ ଓ ରଙ୍ଗଖେଳ କିପରି ସାମାଜିକ ଚଳଣି ସହିତ ଜଡିତ ସେ ସମ୍ପର୍କରେ ଆଲୋଚନା କରିଥିଲେ ଅନୁଷ୍ଠାନର ଉପଦେଷ୍ଟା ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ ସମ୍ପାଦକ ଡାକ୍ତର ଅଶୋକ କୁମାର ସେଠି ମଞ୍ଚାସିନ ଥିଲେ ଏହି ଅବସରରେ କବି ମଦନ ମୋହନ ରଥଙ୍କ କବିତା ସଂକଳନ ଅଭୁଲା ଅତୀତ କୁ ଅତିଥିମାନେ ବିମୋଚନ କରିଥିଲେ l ପୁସ୍ତକର ଏକ
ଆଲୋଚନା କରିଥିଲେ କବି ରତ୍ନମୟ ତ୍ରିପାଠୀ l ପରେ ପରେ ଅନୁପ୍ରିୟା ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ କବି ସସ୍ମିତା ନେପାକ, ଜ୍ୟୋତ୍ସ୍ନାମୟୀ ତ୍ରିପାଠୀ, ଚୁମକି ଦାଶ, ନଳିନୀ ପ୍ରଭା ଶତପଥି, ମୄଗେଶ ପାଣିଗ୍ରାହୀ, ପ୍ରେମଚାନ୍ଦ ମହାନ୍ତି, ବଳିଷ୍ଠ ପଧାନ, କବିତା ମିଶ୍ର, ସୁରଥ ସାହୁ, ଅରୁଣ ଖୁଆସ, ହୃଷିକେଶ ପୁରୋହିତ, ଓଁ ପ୍ରଣବ ନାୟକ, ତପସ୍ୱିନୀ ପଶାୟତ, କୁମୁଦିନୀ ପୃଷ୍ଟି, ମାନସ ବାଗ,
ମଦନ ମୋହନ ରଥ, ଧର୍ମବ୍ରତ ରଥ, ବ୍ରହ୍ମl ନନ୍ଦ ବନଛୋର କପିଳ ପତି ତଥା ୫୦ ରୁ ଉର୍ଦ୍ଧ କବି ସ୍ଵରଚିତ କବିତା ପାଠ କରିଥିଲେ l ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଅନୁଷ୍ଠାନର ସମ୍ପାଦକ ଡାକ୍ତର ଅଶୋକ କୁମାର ସେଠି ଏହା ପରେ ପରେ ହରିହର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଚୂଡେଦ୍ର କୁମାର ବେହେରା, ଦୁର୍ଗା ସାହୁ ପ୍ରଦୀପ ପଶାୟତ ସୁନାଧର ବନଛୋର ପ୍ରମୁଖ ସହଯୋଗ କରିଥିଲେ l