-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
25-Mar-2024
ସିନ୍ଧେକେଲା(ଦୀନେଶ ଜୈନ ): ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସ୍ଥିତ ଅଗ୍ରୱାଲ ଜୈନ ତେରାପଂଥ ଭବନ ସମ୍ମୁଖରେ ଓ ପୁରୁଣା ବାଳକ ଉ:ପ୍ରା ସ୍କୁଲ ପଛପଟେ ଅଗ୍ରୱାଲ ସମାଜ ପକ୍ଷରୁ ହୋଲି ଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସକାଳୁ ଅଗ୍ରୱାଲ ଭାଇମାନେ ମିଶି ହୋଲି ତିଆରି କରିଥିଲେ ପରେ ସମାଜର ସମସ୍ତ ମହିଳା , କନ୍ୟା ଓ ଛୁଆପିଲା ମାନେ ସେଠାରେ ପୂଜାର୍ଚ୍ଚନା କରିଥିଲେ । ହୋଲି ଉପରେ ଗୋବରରେ ତିଆରି ବୁରକୁଲା ର ମାଳା ଆଦି ଅର୍ପଣ କରି ସମସ୍ତେ ପୂଜା କରିଥିଲେ । ରାତିରେ ହୋଲି ଦହନ କାର୍ଯ୍ୟକ୍ରମ ହୋଇଥିଲା । ରାତି ଠିକ ୧୧.୧୫ ରେ ସମସ୍ତେ ସେଠାରେ ପହଞ୍ଚି ପୂଜାର୍ଚ୍ଚନା କଲାପରେ ହୋଲି ଦହନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅଗ୍ରୱାଲ ସଭା ଅଧ୍ୟକ୍ଷ ପ୍ରସନ୍ନ ଜୈନ , ସମ୍ପାଦକ ସୁନିଲ ଜୈନ , କୋଷାଧ୍ୟକ୍ଷ ସୁବାଷ ଜୈନ , ପୂର୍ବତନ ଅଧ୍ୟକ୍ଷ ମୁନିରାମ ଜୈନ ସମେତ ସମାଜର ସମସ୍ତେ ସାମିଲ ହୋଇଥିଲେ