-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
23-Mar-2024
ବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଡ଼.ରୀନା ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ଏପ୍ରିଲ ୭ ତାରିଖ ରେ ଆୟୋଜିତ ହେବାକୁ ଥିବା ତେର ଶମ୍ଭୁ ମିଳନ ସମାରୋହ ନିମନ୍ତେ ପ୍ରଶାସନ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ପୁଲିସ ପ୍ରଶାସନ ତରଫରୁ ଅସ୍ଥାୟୀ ଫାଣ୍ଡି ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ, ଏନଏସି ତରଫରୁ ସହର ପରିମଳ ବ୍ୟବସ୍ଥା, ଦୁଇ ଦୁଇଟି ପୋଖରୀ ସଫେଇ ଆଦି ସହିତ ଅନ୍ୟାନ୍ୟ ବିଭାଗର ଦାୟିତ୍ଵ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ସମୟରେ ଯେଭଳି ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ନହେବ ସେଥିପ୍ରତି ଗୁରୁତ୍ବ ଦେବାକୁ ଉପ ଜିଲାପାଳ
ପ୍ରକାଶ କରିଥିଲେ । ବୈଠକରେ ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ଥିବା ବେଳେ ପଞ୍ଚୁଦଣ୍ଡ ପରିଚାଳନା କମିଟିର ସଭାପତି କିଶୋର କୁମାର ପାଳ, ଉପସଭାପତି ସୁଜିତ କୁମାର ପାଳ, ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ, ସହ ସମ୍ପାଦକ ଭଗବାନ ପଣ୍ଡା, କୋଷାଧ୍ୟକ୍ଷ ବଂଶୀଧର ପଣ୍ଡା ଉପଦେଷ୍ଟା ରାଜ କିଶୋର ଦାସ, ସୁରେଶ ମହାନ୍ତି, ଅଧିକାରୀ ଶିବରାମ ପ୍ରଧାନୀ ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।