-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
23-Mar-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ଗ୍ରୀଷ୍ମ ସମୟ ହେଲେ ପାଣି ପାଇଁ କଣ୍ଟାମାଳ ବାସି ଙ୍କ ଦୁଃଖ ଦ୍ଵିଗୁଣିତ ହୋଇଯାଏ। ଦୀର୍ଘ ୧୦ ବର୍ଷ ହେବ କଣ୍ଟାମାଳ ତେଲ ନଦୀ କୂଳରେ ନିର୍ମାଣ ହୋଇ ଥିବା ପ୍ରକଳ୍ପ ଇତି ମଧ୍ୟ ରେ ଶେଷ ହେବା ର ଦୁଇ ବର୍ଷ ବିତି ଯାଇଥିଲେ ହେଁ କାର୍ଯକାରୀ ହୋଇପାରି ନାହିଁ । ଯା ଫଳ ରେ କଣ୍ଟାମାଳ କୁ ସେଇ ପୁରୁଣା ପଦ୍ଧତି ରେ ଜଳ ଯୋଗାଣ ହେଉଛି ।ଏବଂ ତାହା କଣ୍ଟାମାଳ ବସୀ ଙ୍କ ଶୋଷ ମେଣ୍ଟାଇ ବାରେ ବିଫଳ ହେଉଛି। କମ୍ କ୍ଷମତା ବିଶିଷ୍ଟ ମଟର ଯୋଗୁଁ କିଛି ଦିନ ଚାଲିବା ପରେ ଜଳ ଯୋଗାଣ ଠପ୍ ହୋଇ ପଡ଼ୁଛି। ଅପର ପକ୍ଷରେ ନୂତନ ଭାବରେ ତିଆରି ହୋଇ ଥିବା ପ୍ରକଳ୍ପ ରେ ଲଟା ବୁଦା ମାଡ଼ି ଯନ୍ତ୍ରାଂଶ ସବୁ କଳଙ୍କି ଲାଗିବାକୁ ବସିଲାଣି। ଏ ନେଇ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରାଯାଇ ଥିଲେ ହେଁ କୌଣସି ଲାଭ ହୋଇ ପାରି ନାହିଁ। ପ୍ରଶାସନ ଗ୍ରୀଷ୍ମ ର ମୁକାବିଲା ପାଇଁ ଜିଲ୍ଲା ସ୍ଥର ରେ ବିଭିନ୍ନ ଆଲୋଚନା କରୁଥିବା ବେଳେ କଣ୍ଟାମାଳ ପାଇଁ ଏହା ଅଲୋଡ଼ା ହୋଇ ପଡ଼ିଛି। ଇତି ମଧ୍ୟ ରେ ବୌଦ୍ଧ ଜିଲ୍ଲା ରେ ଜଳଯୋଗାଣ ଓ ପରିମଳ ବିଭାଗ ର ତିନି ଗୋଟି କାର୍ଯନିର୍ବାହୀ ଅଧିକାରୀ ବଦଳି ହୋଇ ସାରିଥିବା ବେଳେ କଣ୍ଟାମାଳ ତେଲ ନଦୀ କୁଲ ରେ ଥିବା ନୂତନ ପ୍ରକଳ୍ପ କାର୍ଯକାରୀ ନ ହୋଇ ସେମିତି ପଡ଼ି ରହିଛି। ତେବେ ଆଗାମୀ ଦିନ ରେ ଉକ୍ତ ପ୍ରକଳ୍ପ କାର୍ଯକାରୀ କରା ନଗଲେ କଣ୍ଟାମାଳ ର ମହିଳା ମାନେ କଣ୍ଟାମାଳ ଜଳ ପରିମଳ ଅଫିସ ଘେରାଉ କରିବାକୁ ଚେତାବନି ଦେଇଛନ୍ତି।