-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
03-Mar-2024
ଲୋଇସିଂହା, (ପ୍ରେରଣା ଖବର) ଲୋଇସିଂହା ରେଳ ଷ୍ଟେସନ ରେ ଅଟକିଲା ଦୁର୍ଗ -ପୁରୀ ଟ୍ରେନ ଯାହାକି ବହୁ ଦିନର ଦାବୀ ପୂରଣ ହେଲା lବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଇସିଂହା ରେଳ ଷ୍ଟେସନରେ ଦୁର୍ଗ -ପୁରୀ ଟ୍ରେନ ର ରହଣି ଗତକାଲି ଠୁ ଆରମ୍ଭ ହୋଇଛି l ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଲାଙ୍ଗୀର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂଦେଓ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପତାକା ଦେଖାଇ ଲୋଇସିଂହା ରେଳ ଷ୍ଟେସନରୁ ଦୁର୍ଗ -ପୁରୀ ଟ୍ରେନ ର ଶୁଭାରମ୍ଭ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଲୋଇସିଂହା ନାଗରିକ କମିଟିର ସଦସ୍ୟ, ଦଳଗତ ନିର୍ବିଶେଷରେ ସବୁ ଦଳର ନେତା ଏହି ଅବସରରେ ଉପସ୍ଥିତ ଥିଲେ l ଲୋଇସିଂହା ବିଧାୟକଙ୍କ ପ୍ରଚେଷ୍ଟାରେ ଉକ୍ତ ଟ୍ରେନ ର ଷ୍ଟପେଜ ଲୋଇସିଂହାରେ ହୋଇଥିବାରୁ ଅଂଚଳରେ ଖୁସିର ଲହର ଖେଳିଯାଇଛି l ଲୋଇସିଂହା ଷ୍ଟପେଜ ପାଇଁ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବାରମ୍ବାର ଭେଟି ଅନୁରୋଧ କଲା ପରେ ଦୁର୍ଗ -ପୁରୀ ଟ୍ରେନ ର ଷ୍ଟପେଜ ଲୋଇସିଂହା ରେ ହୋଇଥିବାରୁ ଲୋଇସିଂହା ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଲୋଇସିଂହା ବାସୀ l