-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
03-Mar-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ): ଜନସାଧାରଣଙ୍କ ସାମୁହିକ ସ୍ୱାର୍ଥ ନିମନ୍ତେ ସରକାର ବିଭିନ୍ନ ଯୋଜନାରେ ପାଣିପରି ଅର୍ଥ ଖର୍ଚ୍ଚ କରିଚାଲିଛନ୍ତି l କିନ୍ତୁ ତାହା କେତେଦୂର କାର୍ଯ୍ୟକାରୀ ହେଉଛି ସେନେଇ ପ୍ରକୃତ ତର୍ଜମା କରାଯାଉନାହିଁ l ଫଳରେ ବାସ୍ତବ କ୍ଷେତ୍ରରେ ଯୋଜନା ପ୍ରକୃତ ଲାଭ ଜନସାଧରଣ ପାଇପାରୁ ନାହାନ୍ତି l କଣ୍ଟାମାଳ ବ୍ଲକ ଘଣ୍ଟାପଡା ପଞ୍ଚାୟତର ପୋଡାପଦର ବଜାର ଛକରେ ନିର୍ମାଣଧିନ ବିଜୁ କଲ୍ୟାଣ ମଣ୍ଡପ ଅନେକ ଦିନ ହେଲା ଅଧପନ୍ତରିଆ ଭାବେ ପଡି ରହିଛି l କାର୍ଯ୍ୟର ଅଗ୍ରଗତି ହେଉ ନଥିବା ଫଳରେ ଏହା ସାଧାରଣ ଜନତାଙ୍କ ପରିସ୍ରାଗାର ପାଲଟିଛି l ଏସଏଫସି ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷରେ ୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଉଥିବା ଏହି କଲ୍ୟାଣ ମଣ୍ଡପର କାର୍ଯ୍ୟ କେବଳ ପିଲର ଛିଡା କରାଇଦେଇ ଛାଡି ଦିଆଯାଇଛି l କଲକେଶ୍ୱର ମନ୍ଦିର ନିକଟରେ ଏହି ମଣ୍ଡପ ନିର୍ମାଣ କରାଯାଉଥିବାରୁ ଏହାର କାର୍ଯ୍ୟ ସମାସ୍ତ ହେଲେ ସର୍ବଦା ଦର୍ଶକ ଏବଂ ଜନସାଧାରଣଙ୍କ କାମରେ ଆସି ପାରିବ ବୋଲି ଲୋକେ ଭାବୁଥିଲେ l କିନ୍ତୁ ଏହା ଅସମ୍ପୂର୍ଣ୍ଣ ଭାବେ ପଡି ରହିଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି l ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଶୀଘ୍ର ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି l