-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
29-Feb-2024
ରୁପ୍ରାରୋଡ, (ଅନିଲ ଅଗ୍ରୱାଲ)
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରୁପ୍ରାରୋଡ ରେ ହେବାକୁ ଯାଉଥିବା ଶ୍ରିମଦଭଗବତ କଥା ଜ୍ଞାନଯଜ୍ଞ ଯାହା କି ଆଜି ଠୁ ଆରମ୍ଭ ହୋଇ ମାର୍ଚ୍ଚ ଆଠ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜ୍ଞାନଯଜ୍ଞ ପାଇ ସ୍ଥାନୀୟ ଓ ଆଖପାଖ ଅଞ୍ଚଳର ଶତାଧିକ ମହିଳା ଭକ୍ତମାନେ ରୁପ୍ରାରୋଡ ନିକଟସ୍ଥ ବଲବସପୁର ପୋଖରୀରୁ ପାଣି ଆଣି କଳସ ଯାତ୍ରା ମହା ସମାରୋହରେ ସମ୍ପନ୍ନ କରିଛନ୍ତି । ଏହି ଭଗବତ କଥା ଜ୍ଞାନଯଜ୍ଞ ଉତରାଖଣ୍ଡର ପରମ ପୂଜ୍ୟ ଜଗତଗୁରୁ ରାମାନୁଜାଚାଯ୍ୟ ସ୍ୱାମୀ କ୍ରୁଷ୍ନାଚାଯ୍ୟ ଜୀ ମହାରାଜା ଙ୍କ ତତ୍ତ୍ଵାବଧାନ ରେ ଅନୁଷ୍ଠିତ ହୋଉଥିବା ବେଳେ ପରମପୂଜ୍ୟ ସ୍ୱାମୀ ଗୋପାଲାଚାଯ୍ୟ ଜୀ ମହାରାଜ କଥା ପାଠ କରିବେ । କରତା ରୂପେ ଦେବେନ୍ଦ୍ର ଖେତାନ ଓ ତାଙ୍କ ଧର୍ମ ପତ୍ନୀ ଲକ୍ଷ୍ମୀ ଖେତାନ କାଯ୍ୟ ତୁଲାଇଥିଲେ ।ପୂଜକ ରୁପେ ବଲ୍ଲଭ ଜୀ ମହାରାଜ ପୂଜା କାର୍ଯ୍ୟ ତୁଲାଇଥିଲେ ।
ଏହି ଶ୍ରିମଦଭଗବତ ଜ୍ଞାନଯଜ୍ଞ ଖେତାନ ପରିବାର ଦ୍ୱାରା ଆୟୋଜନ କରାଯାଇଥିଲା ।ପାଖ ଆଖ ଅଞ୍ଚଳର ଶ୍ରଧାଳୁ ଓ ଜନସାଧାରଣ ସହଯୋଗ କରିଥିଲେ ।