-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
27-Feb-2024
ସଇଁନ୍ତଲା, ତା. ୨୭/୦୨/୨୪ ( ପ୍ରେରଣା ଖବର ) : ସଇଁନ୍ତଲା ବନାଞ୍ଚଳ ତରଫରୁ ବନାଗ୍ନି ନିବାରଣ ସଚେତନତା ସଭା ବନାଞ୍ଚଳ ଅଧିକାରୀ ସାଗର ରାଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନିଆଁ ଦାଉରୁ ଜଙ୍ଗଲର ସୁରକ୍ଷା ପାଇଁ ସମସ୍ତେ ସଚେତନ ହେବାକୁ ଆଲୋଚନା ହୋଇଥିଲା । ପ୍ରତିବର୍ଷ ସଚେତନତା ଅଭାବରୁ ଜଙ୍ଗଲରେ ନିଆଁ ଲାଗି ମୁଲ୍ୟବାନ ପୋଡି ପାଉଁଶ ହୋଇଥାଏ ତଥା ବନ୍ୟଜନନ୍ତୁ ମଧ୍ଯ ପ୍ରଭାବିତ ହୋଇଥାନ୍ତି । ଏହାର ନିରାକରଣ ପାଇଁ ଆଗାମୀ ଦିନରେ ବନ ସଂରକ୍ଷଣ ସମିତି ମାନଙ୍କରେ ସଚେତନ କରାଯିବ ବୋଲି ବନ ବିଭାଗ ତରଫରୁ ସୂଚନା ଦିଆଯାଇଥିଲା ।
ସଚେତନତା ସଭାରେ ସଇଁନ୍ତଲା କେନ୍ଦୁ ପତ୍ରର ବନପାଳ ସରୋଜ କୁମାର ନାୟାକ, ବନାଗ୍ନି ଅଧିକାରୀ ସମୀର କୁମାର ସାହୁ, ରେଡ଼କ୍ରସକର୍ମୀ ତଥା ସାମଜସେବୀ ଶିକ୍ଷକ ରାମ ନାରାୟଣ ଦାଶ, ବନ ସୁରକ୍ଷା ସମିତିର ସଭ୍ୟ, ବନପାଳ ସୁଶିଲ କୁମାର ପୁଟା, ଧମେନ୍ଦ୍ର କୁମାର ରାୟ, ବନରକ୍ଷୀ ରମେଶ କୁମାର ଧରୁଆ, ସତ୍ୟନନ୍ଦ ପଧାନ, ମିନାକ୍ଷୀ ପାତ୍ର, ମଧୁସ୍ମିତା ବେହେରା, ପ୍ରଜ୍ଞା ମହାରଣା, ଛନ୍ଦାଚରଣ ଜାନୀ, ଶୈଳ ଛତ୍ରିଆ, ଡିଇଓ ମିଲନ ଗହିର ଓ ପ୍ରଭୁଦର୍ତ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମକୁ ପି.ଏନ.ଜି.ଓ କର୍ମଚାରୀ ଚରଣ ପାଣି ବେଜ୍ ଓ ଚୌହାନ ପରିଚାଳନା କରିଥିଲେ ।