-+91-9937148622 |

prerana_bgr@rediffmail.com |

  Friday 21st August 2026 |

| | | |

R.N.I. Regd No. ODIODI/2010/46693

Breaking News

ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   (21-Aug-2026)       ||      ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   (21-Aug-2026)       ||      ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   (20-Aug-2026)       ||      ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବା ,ବିକଶିତ ଭାରତ କାର୍ଯ୍ୟକ୍ରମ    (20-Aug-2026)       ||      ସ୍ୱାସ୍ଥ୍ୟସେବାରୁ ସ୍ୱାସ୍ଥ୍ୟ ନ୍ୟାୟ : ସ୍ୱାସ୍ଥ୍ୟ ଅଧିକାରର ନୂତନ ପରିକଳ୍ପନା ଶୀର୍ଷକ ଆଲୋଚନା ସମାନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ମାନବାଧିକାରର ଅବିଚ୍ଛିନ୍ନ ଅଂଶ କରିବାକୁ ଆହ୍ୱାନ ସୁସ୍ଥ ପରିବେଶ ଓ ସାମାଜିକ ସୁରକ୍ଷା ଭଳି ବିଷୟ ସ୍ୱାସ୍ଥ୍ୟ ସହ ଗଭୀର ଭାବେ ଜଡ଼ିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସ୍ୱାସ୍ଥ୍ୟ ଅଧିକାର ହେଲେ ଏହା ନ୍ୟାୟରେ ପରିଣତ ହେବ    (20-Aug-2026)       ||      ଅତ୍ୟାବଶ୍ଯକ ସାମଗ୍ରୀର ଦର ବୃଦ୍ଧି ର ପ୍ରତିବାଦ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।   (20-Aug-2026)       ||      ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   (20-Aug-2026)       ||      ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   (20-Aug-2026)       ||      ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ   (20-Aug-2026)       ||      ଗୌରଗୋଠ ପ୍ୟାକ୍ସ ପରିଦର୍ଶନ କଲେ ନରସିଂହ♦️ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ପ୍ରଦାନ କରୁ ବିଭାଗ - ନରସିଂହ   (20-Aug-2026)       ||      ସମଲେଶ୍ୱରୀ ମନ୍ଦିର ପାର୍ଶ୍ୱରେ ଥିବା ଦୋକାନ ଗୃହ ଉଛେଦ ପରେ ଏବେ ଦେବୋତ୍ତର ବିଭାଗର ଜମି କୁ ନେଇ ପ୍ରଶ୍ନବାଚୀ ♦️ ମନ୍ଦିରର ନିୟମିତ ଆୟ କେଉଁଠୁ ଆସିବ ଏହାକୁ ନେଇ ଚିନ୍ତାରେ ଭକ୍ତବୃନ୍ଦ    (20-Aug-2026)       ||      ଜିଲ୍ଲାସ୍ତରୀୟ ରେଡକ୍ରସ କାଉନସେଲର ତାଲିମ ଶିବିର ଉଦ୍‌ଯାପିତ   (30-Jul-2026)       ||      ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ପବିତ୍ର ଶ୍ରାବଣରେ ଦୁଇ ବେସାହାରା ଭିକ୍ଷୁକଙ୍କ ଶେଷ ସାହାରା ସାଜିଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ   (20-Aug-2026)       ||      *ଲେହିଡି ଗାଁରେ ଗୋଶାଳା ପାଇଁ ଭୁମି ପୂଜନ ଓ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ*-   (20-Aug-2026)       ||      ବଗଡ଼ାରେ ଗ୍ରୀନ୍ ଇଗଲ୍ ଆର୍ମି ପକ୍ଷରୁ ବନମହୋତ୍ସବ   (20-Aug-2026)       ||      ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ   (20-Aug-2026)       ||      ସୁବର୍ଣ୍ଣପୁର ଠାରେ ବିଜେଡି ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ   (20-Aug-2026)       ||      ନବରଙ୍ଗପୁର ଜିଲ୍ଲାର ନୀରିହ ଆଦିବାସୀ ଯୁବକର ୧ ଲକ୍ଷ ୨୦ହଜାର ଟଙ୍କା ଖାଇଗଲେ କେନ୍ଦୁଝର ର ଝିଅ   (20-Aug-2026)       ||     

HOME   ଜିଲ୍ଲା

ବିନିକା ସବଡିଭିଜନ ଦାବୀ ହାସଲ ନେଇ ସର୍ବଦଳୀୟ ବୈଠକ(ମାଟି ପାଇଁ ସମସ୍ତେ ଏକତ୍ରିତ ହୋଇ ଲଢ଼େଇ କରିବାକୁ ଆହ୍ବାନ)

26-Feb-2024



ବିନିକା(ହିମାଂଶୁ ଶେଖର ପୁଟେଲ): ବିନିକା ବ୍ଳକକୁ ଏକ ସ୍ବତନ୍ତ୍ର ସବଡିଭିଜନ ମାନ୍ୟତା ଦେବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଦୀର୍ଘ ବର୍ଷ ହେଲା ଦାବି ହୋଇଆସୁଛି ।ଏ ନେଇ ରାଜ୍ୟ ସରକାରଙ୍କ ଠାରେ ବିନିକା ସବଡିଭିଜନ ପ୍ରସ୍ତାବ ବିଚାରଧୀନ ରହିଛି ।ଆଉ ଦେଢ ମାସ ପରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ସ୍ଥାନରେ ୩୫ଗୋଟି ନୂତନ ଏନଏସି ଘୋଷଣା କରିଛନ୍ତି । ହେଲେ ଦୀର୍ଘ ବର୍ଷ ହେଲା ବିଚାରାଧୀନ ଥିବା ବିନିକା ସବଡିଭିଜନକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଧିବଦ୍ଧ ଭାବେ କେବେ ଘୋଷଣା କରିବେ ସେନେଇ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି ।ସୂଚନା ଯୋଗ୍ୟ ଯେ ସାରା ରାଜ୍ୟରେ ୧୮ଟି ନୂତନ ସବଡିଭିଜନ ସ୍ଥାପନ ନେଇ ସରକାରଙ୍କ ଠାରେ ପ୍ରସ୍ତାବ ରହିଥିବା ବେଳେ ପଶ୍ଚିମ ଓଡିଶାର ୮ଗୋଟି ସବଡିଭିଜନ ମଧ୍ୟରୁ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ରହିଛି ।ବଲାଙ୍ଗୀର ଜିଲ୍ଲା ବିଭାଜନ ହୋଇ ସୋନପୁର ଉପଖଣ୍ଡ ଜିଲ୍ଲା ମାନ୍ୟତା ପାଇବାର ବହୁ ପୂର୍ବରୁ ଅର୍ଥାତ ଦୀର୍ଘ ୩0ବର୍ଷରୁ ଉର୍ଦ୍ଧ କାଳ ହେଲା ଅଞ୍ଚଳବାସୀ ବିନିକା ସବଡିଭିଜନ ପାଇଁ ଦାବି କରି ଆସୁଛନ୍ତି । ସବଡିଚିଜନ ଦାବୀ ହାସଲ ନେଇ ବିନିକା ସାମ୍ବାଦିକ ସଂଘ ତରଫରୁ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ସ୍ପୋର୍ଟସ କ୍ଲବ ଠାରେ ଆୟୋଜିତ ସର୍ବଦଳୀୟ ବୈଠକରେ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା,ସଚେତନ ନାଗରିକ,ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ ।ସାମ୍ବାଦିକ ସଂଘ ସଭାପତି ସୃଜନ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସର୍ବଦଳୀୟ ବୈଠକରେ ବରିଷ୍ଟ ଆଇନଜିବି  ପଞ୍ଚାନନ ଦନ୍ତା,ବିଜେଡ଼ିର ଦ୍ବାରିକାନାଥ ସାହୁ,କଂଗ୍ରେସର ସୁମନ୍ତ ସାହୁ,ବିଜେପିର ପ୍ରଶାନ୍ତ ଦଣ୍ଡସନା,ଦଳିତ ସଂଘରମୋହନ ମହାନନ୍ଦ,ବିଜେଡ଼ିର ସୋମନାଥ ମିଶ୍ର,ବିଜେପିର କୃଷ୍ଣ କୁମ୍ଭାର,ବିଶ୍ବମ୍ବର ମିଶ୍ର,କଂଗ୍ରେସର ଉମାକାନ୍ତ ଦୀପ,ବିନିକା ନଗରପାଳ ସୁବାସ ଚନ୍ଦ୍ର ଭୋଇ,କଂଗ୍ରେସ ବରିଷ୍ଟ ସଦସ୍ୟ ସନ୍ତୋଷ ପଣ୍ଡା,ସାମାଜିକ କର୍ମୀ କ୍ଷୀରସାଗର ବିଭାର,ଯୁବ ସଂଗଠକ ସୁଜିତ ଶର୍ମା,ଉଷ୍ଟତ କର,ଅମ୍ବରିଶ ଦାସ,ବିନିକା ଓକିଲ ସଂଘ ସଭାପତି ସୁଧାଂଶୁ ଶେଖର ଦାସ,ସାମ୍ବାଦିକ ସଂଘ ଉପଦେଷ୍ଟା ବିଜୟ ମହାକୁର ପ୍ରମୁଖ ଯୋଗଦେଇ ସବଡ଼ିଭିଜନ ଦାବୀ ହାସଲ ନେଇ ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ମତାମତ ରଖିବା ସହିତ ରାଜନୀତି ସ୍ୱାର୍ଥକୁ ପରିତ୍ୟାଗ କରି ମାଟି ପାଇଁ ଲଢ଼େଇ କରିବାକୁ ଆହ୍ବାନ ଦେଇଥିଲେ ।ସୂଚନା ଯୋଗ୍ୟ ଯେ ଏଠିକାର ଲୋକଙ୍କ ସାମାଜିକ ଚଲଣୀ ସହିତ ପ୍ରଶାସନିକ ଓ ଭୌଗଳିକ ସ୍ଥିତିକୁ ଅନୁଧ୍ୟାନ କରାଗଲେ କ୍ରମବର୍ଦ୍ଧିଷ୍ଟ ଜନସଂଖ୍ୟା ବୃଦ୍ଧି ପଛରେ ମୌଳିକ ଓ ଆର୍ଥିକ ସମସ୍ୟା ପୂରଣ କରିବାରେ ବିନିକା ସବଡିଭିଜନ ହେବା ଜରୁରୀ ହୋଇପଡିଛି । ରାଜ୍ୟ ସରକାର ତୁରନ୍ତ ସବଡିଭିଜନ ଘୋଷଣା କଲେ ରାଜସ୍ବ କ୍ଷେତ୍ରରେ ଲାଭବାନ ହେବାସହ ଚାଷୀ ମଧ୍ୟ  ଉପକୃତ ହୋଇପାରିବ ।ପ୍ରକାଶ ଥାଉକି ୨୦୧୬ମସିହାରେ ଅଞ୍ଚଳବାସୀ ଏକାଠି ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।ସେହିପରି ବିନିକା ଓକିଲ ସଂଘ ସଭାପତି ସୁଧାଂଶୁ ଶେଖର ଦାଶଙ୍କ ନେତୃତ୍ୱରେ ସଂଘର ସମସ୍ତ କର୍ମକର୍ତ୍ତା ଗତ ୨୦୧୭ମସିହା ଡିସେମ୍ବର ମାସରେ ବିନିକା ସବଡିଭିଜନ ତୁରନ୍ତ ଘୋଷଣା ଦାବିନେଇ ତହସିଲଦାରଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରିଥିଲେ।୨୦୧୯ମସିହାରେ ବିନିକା ସାମ୍ବାଦିକ ସଂଘର ପୂର୍ବତନ ସଭାପତି ଅଶୋକ କୁମାର ପଣ୍ଡା ଓ ସମ୍ପାଦକ ସୃଜନ କୁମାର ପଣ୍ଡାଙ୍କ ନେତୃତ୍ୱରେ ଅଞ୍ଚଳର ସଚେତନ ନାଗରିକ ଉପଖଣ୍ଡ ଘୋଷଣା ନେଇ ବସଷ୍ଟାଣ୍ଡ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ସେହିପରି ବିଜେଡ଼ି ନଗର ସଭାପତି ସୋମନାଥ ମିଶ୍ରଙ୍କ ତରଫରୁ ଦାବୀପତ୍ର ପ୍ରଦାନ ଏବଂ ୨୦୨୩ଜୁଲାଇ ମାସରେ ୫ଟି ସଚିବଙ୍କ ବିନିକା ଗସ୍ତ ସମୟରେ ଉପଖଣ୍ଡ ଦାବୀ ନେଇ ବରିଷ୍ଟ ଆଇନଜୀବୀ ପଞ୍ଚାନନ ଦନ୍ତାଙ୍କ ତରଫରୁ ଦାବୀପତ୍ର ପ୍ରଦାନ କରାଯାଇଛି ।ସେହିପରି ବିନିକା ବିଜ୍ଞାପିତ ପରିଷଦ ଓ ପଞ୍ଚାୟତ ସମିତି ତରଫରୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି ।ତଥାପି ବି ବିନିକା ସବଡିଭିଜନ ଘୋଷଣାରେ ବିଳମ୍ବ ହେଉଥିବାରୁ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଆଭାସ ମିଳିଲାନି ।ପ୍ରକାଶ ଥାଉ କି ବିନିକା ସହର ସୁବର୍ଣ୍ଣପୁର ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଓ ଏଠାରେ ବିଭିନ୍ନ ପ୍ରତିଷ୍ଠାନ ରହିଛି ।ଗମନାଗମନ କ୍ଷେତ୍ରର

ବଲାଙ୍ଗୀର,ସମ୍ବଲପୁର,ରେଡାଖୋଲ,ସୁବର୍ଣ୍ଣପୁର,ବୌଦ୍ଧ, ଅନୁଗୁଳ, ଭୂବନେଶ୍ଵର,ଫୁଲବାଣୀ, ବ୍ରହ୍ମପୁର ଆଦି ଜିଲ୍ଲାକୁ ସିଧାସଳଖ ରାଜପଥ ସଂଯୋଗ କରୁଛି ।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଥିବାବେଳେ ୪ଗୋଟି ଜାତୀୟକରଣ ବ୍ୟାଙ୍କ ରହିଛି ।ସେହିପରି ପର୍ଯ୍ୟଟନ ସ୍ଥଳୀ ପୁଣ୍ୟପୀଠ ପାପକ୍ଷୟ ଘାଟ,ଚରଦା ସ୍ଥିତ ପ୍ରସିଦ୍ଧ ଶୈବପୀଠ,ଐତିହାସିକ ତାରାପୁର ଗଡ,ଦ୍ଵିତୀୟ ଜଗନ୍ନାଥ ମନ୍ଦିର ରହିଥିବା ବେଳେ ଶିକ୍ଷା,ସ୍ବାସ୍ଥ୍ୟ ସହିତ କୃଷି ଓ କୃଷକର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସବଡିଭିଜନ ନିହାତି ଆବଶ୍ୟକ ବୋଲି ସର୍ବଦଳୀୟ ବୈଠକରେ ମତ ପ୍ରକାଶ ପାଇଛି ।ତେଣୁ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ତରଫରୁ ଦାବୀ ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   21-Aug-2026
  ଜିଲ୍ଲା  
ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   21-Aug-2026
  ଜିଲ୍ଲା  
ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   20-Aug-2026
  ଜିଲ୍ଲା  
ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବା ,ବିକଶିତ ଭାରତ କାର୍ଯ୍ୟକ୍ରମ   20-Aug-2026
  ଜିଲ୍ଲା  
ସ୍ୱାସ୍ଥ୍ୟସେବାରୁ ସ୍ୱାସ୍ଥ୍ୟ ନ୍ୟାୟ : ସ୍ୱାସ୍ଥ୍ୟ ଅଧିକାରର ନୂତନ ପରିକଳ୍ପନା ଶୀର୍ଷକ ଆଲୋଚନା ସମାନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ମାନବାଧିକାରର ଅବିଚ୍ଛିନ୍ନ ଅଂଶ କରିବାକୁ ଆହ୍ୱାନ ସୁସ୍ଥ ପରିବେଶ ଓ ସାମାଜିକ ସୁରକ୍ଷା ଭଳି ବିଷୟ ସ୍ୱାସ୍ଥ୍ୟ ସହ ଗଭୀର ଭାବେ ଜଡ଼ିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସ୍ୱାସ୍ଥ୍ୟ ଅଧିକାର ହେଲେ ଏହା ନ୍ୟାୟରେ ପରିଣତ ହେବ   20-Aug-2026
  ଜିଲ୍ଲା  
ଅତ୍ୟାବଶ୍ଯକ ସାମଗ୍ରୀର ଦର ବୃଦ୍ଧି ର ପ୍ରତିବାଦ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।   20-Aug-2026
  ଜିଲ୍ଲା  
ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   20-Aug-2026
  ଜିଲ୍ଲା  
ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   20-Aug-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   20-Aug-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ   20-Aug-2026
  ଜିଲ୍ଲା  
ଗୌରଗୋଠ ପ୍ୟାକ୍ସ ପରିଦର୍ଶନ କଲେ ନରସିଂହ♦️ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ପ୍ରଦାନ କରୁ ବିଭାଗ - ନରସିଂହ   20-Aug-2026
  ରାଜ୍ୟ  
ସମଲେଶ୍ୱରୀ ମନ୍ଦିର ପାର୍ଶ୍ୱରେ ଥିବା ଦୋକାନ ଗୃହ ଉଛେଦ ପରେ ଏବେ ଦେବୋତ୍ତର ବିଭାଗର ଜମି କୁ ନେଇ ପ୍ରଶ୍ନବାଚୀ ♦️ ମନ୍ଦିରର ନିୟମିତ ଆୟ କେଉଁଠୁ ଆସିବ ଏହାକୁ ନେଇ ଚିନ୍ତାରେ ଭକ୍ତବୃନ୍ଦ   20-Aug-2026

You Might Also Like