-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
26-Feb-2024
ଲୋଇସିଂହା, (ବିନୋଦ କୁମାର ଦୀପ) ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀ ଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଠକି ଆସୁଛନ୍ତି l ଚାଷୀ ଙ୍କ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାର ନିଜର ପ୍ରତିଶୃତି ପାଳନ କରିବାରେ ବିଫଳ ହୋଇଛନ୍ତି l ତେଣୁ ଆଜି ବଲାଙ୍ଗୀର ଜିଲ୍ଲା କୃଷକ ସଂଘ ସମିତି ଆଗଲପୁର ଶାଖା ତରଫରୁ ଏକ ଖବରଦାତା ସମିଳନୀ ଅନୁଷ୍ଠିତ ହୋଇଥିଲା l ଆଗଲପୁର ବ୍ଲକ ର ପାଞ୍ଚ ଟି ଗ୍ରାମ ପଂଚାୟତ ନଅ ଗାଁ (ଖ ), ବେନ୍ଦ୍ରା, ବଡ଼ଟିକା, ଝରଣୀପାଲି ଓ ନୁନିଆଁପାଲି ର ରାଜସ୍ୱ ଗ୍ରାମ ଗୁଡ଼ିକୁ ଲୋୟର ଜଳସେଚନ ପ୍ରକଳ୍ପ ରୁ ଜଳସେଚନ କରିବା, କୃଷିଋଣ ଛାଡ଼ କରିବା ଚାଷୀ କୁ ଇନପୁଟ ସବସିଡି ପ୍ରଦାନ, ଅଦିନିଆ ବର୍ଷା ରେ ଫସଲହାନି ହୋଇଥିବା ଚାଷୀ ଙ୍କୁ କ୍ଷତିପୂରଣ ଦାବିରେ ଆସନ୍ତା 28 ତାରିଖ ରେ ରୁଗୁଡ଼ିଖାଲ ଠାରେ ଜାତୀୟ ରାଜପଥ 26 କୁ ଅବରୋଧ କରାଯିବ ବୋଲି ସମିତି ତରଫରୁ ଖବରଦାତା ସମ୍ମିଳନୀ ଜରିଆ ରେ ସୂଚନା ଦିଆଯାଇଥିଲା l ଏହି ପରିପ୍ରେକ୍ଷୀରେ ଚାଷୀ ନେତା କୃଷ୍ଣଚନ୍ଦ୍ର ନାୟକ, ପୂର୍ଣ୍ଣଚନ୍ଦ୍ର ସାହୁ, କ୍ଷମାନିଧି ଦଳପତି, ଶ୍ୟାମସୁନ୍ଦର ବିଶ୍ୱାଳ,ଅଶୋକ କୁମାର ପଟେଲ ଉପସ୍ଥିତ ରହି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ କୃଷକ ଙ୍କ ପ୍ରତି ପାତର ଅନ୍ତର ନୀତି ଅବଲମ୍ବନ କରୁଥିବା ସମ୍ପର୍କ ରେ ଉଲ୍ଲେଖ କରିଥିଲେ l