-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
26-Feb-2024
ଡେଲାଙ୍ଗ(ଦିଲୀପ କୁମାର ଧାଉଡିଆ ): ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବିଶ୍ୱନାଥ ଦେବ ଉଚ୍ଚ ବିଦ୍ୟାପୀଠ, ଗଡ଼ ମୋଟରୀର ସୁବର୍ଣ୍ଣ ଜୟନ୍ତୀ ପାଳନର ପ୍ରସ୍ତୁତି ବୈଠକ ପ୍ରାକ୍ତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ରବିବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ପ୍ରାକ୍ତନ ଛାତ୍ର ପ୍ରସନ୍ନ କୁମାର ଛୋଟରାୟଙ୍କ ସଭାପତିତ୍ୱରେ, ଏହି ସଭାରେ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ଏକତ୍ରିତ କରି ଆଗାମୀ ନଭେମ୍ବର ମାସରେ ଜୟନ୍ତୀ ପାଳନ କରିବାକୁ ନିଷ୍ପତି ନିଆଯାଇଛି l ଏଥି ସହିତ ବିଦ୍ୟାଳୟକୁ ଅଧିକ ଉନ୍ନତ ଓ଼ ସୌନ୍ଦର୍ଯ୍ୟ କରଣ କରିବାକୁ ମଧ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ଆଲୋଚନା କରାଯାଇଛି! ଏହି ପ୍ରସ୍ତୁତି ବୈଠକରେ ୫୦ ଜଣରୁ ଉର୍ଦ୍ଧ୍ୱ ପ୍ରତିନିଧି ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ଛାତ୍ର ହରିହର ବଳବନ୍ତରାୟ,ଜଶିର ମହମ୍ମଦ, କୌଶଲ୍ୟା ପାତ୍ର, ବିଶ୍ୱନାଥ ଜେନା,ସରୋଜ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l ଏହି ସଭାରେ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ରାଉତଙ୍କ ଉପସ୍ଥିତି ସମସ୍ତଙ୍କୁ ପ୍ରେରଣା ଦେଇଥିଲା l