-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
26-Feb-2024
ବଲାଙ୍ଗିର (ଚିତ୍ରସେନ ବେହେରା ):ବଲାଙ୍ଗୀର ସହର ନିକଟସ୍ଥ କଦଳୀମୁଣ୍ଡା ନର୍ସରୀ ଠାରେ ସିକାଛିଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନିରାକାର ସାଏଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଯାଇଅଛି।ଏହି ସଭାରେ ଶିକାଛିଡା କ୍ଲଷ୍ଟରର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ସ୍କୁଲ ଗୁଡିକରୁ ଭିନ୍ନ ଭିନ୍ନ ସମୟରେ ଅବସର ନେଇସାରିଥିବା ୧୦ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏକାଥରକେ ସମ୍ବର୍ଦ୍ଧିତ କରାଯାଇଛି।ସେମାନେ ହେଲ ସୁଦାମ ଚନ୍ଦ୍ର ବହିଦାର, ଅକ୍ଷୟ ପାଢ଼ୀ, ଗାୟତ୍ରୀ ସାହୁ, ବିଜୟଲକ୍ଷ୍ମୀ ଷଡ଼ଙ୍ଗୀ, ବିଜୟଲକ୍ଷ୍ମୀ ସାହୁ, ଶକୁନ୍ତଳା କର, ସ୍ନେହାଞ୍ଜଳି ମିଶ୍ର, ଅନୁପମା ପଣ୍ଡିଆ, ପ୍ରତିମା ମିଶ୍ର ଏବଂ ବିଦ୍ୟୁପ୍ରଭା ମହାପାତ୍ର ।ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।ଶିକାଛିଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସ୍ଵତନ୍ତ୍ର ଭାବେ ନିମନ୍ତ୍ରିତ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଞ୍ଚାସିନ ଥିଲେ।ଏହି କାର୍ଯକ୍ରମ ଆୟୋଜନର ପୁରୋଧା ସି. ଆର୍.ସି.ସି ଶ୍ରୀ ନିରାକାର ସାଏ ମୁଖ୍ୟବକ୍ତା ଭାବେ, ଉପସ୍ଥିତ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ନିଜର ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ ସୁଜାତା ମହାନ୍ତି,ସ୍ମିତାରାଣୀ ତ୍ରିପାଠୀ,ଚନ୍ଦ୍ରକାନ୍ତି ସିଂ,ସଂଯୁକ୍ତା ପାଣିଗ୍ରାହୀ ଓ ଶିକ୍ଷକ ଓମ୍ ପ୍ରକାଶ ସାହୁ,ମହାଦେବ ଦୀପ ,ଅଚ୍ୟୁତାନନ୍ଦ ଦାସ ପ୍ରଭୃତି ନିଜନିଜର ବକ୍ତବ୍ୟ ରଖିଥିଲେ। ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମାନପତ୍ର ସହିତ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସୁଦାମ ଚନ୍ଦ୍ର ବହିଦାର ଏବଂ ଅକ୍ଷୟ ପାଢ଼ୀ ନିଜର ଚାକିରି ଜୀବନର ଅନୁଭୂତି ବଖାଣି ଉପସ୍ଥିତ ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କୁ ଭାବବିହ୍ୱଳ କରି ପକାଇଥିଲେ।ଶିକ୍ଷକ ଶ୍ରୀ ଗୋପାଲଜୀ ଚୌଧୁରୀ ସଭା ପରିଚାଳନା କରିଥିବାବେଳେ ପ୍ରଧାନଶିକ୍ଷକ ମହେଶ୍ୱର ନିଆଲ୍ ଧନ୍ୟବାଦ୍ ଅର୍ପଣ କରିଥିଲେ।ସି ଆର୍ ସି ସି ଶ୍ରୀ ସାଏଙ୍କ ଆପ୍ରାଣ ଉଦ୍ୟମରେ ଏକ ସୁପ୍ତ ପରମ୍ପରା ପୁନଃ ଉତ୍ଜୀବିତ ହୋଇ ଉଠିଥିଲା।