-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
25-Feb-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ କୁଲୁତାଯୋର ପଞ୍ଚାୟତ ପିଟାବାହାଲ ର ଖେଳପଡ଼ିଆରେ କ୍ରିକେଟ କ୍ଳବ ଦ୍ଵାରା ଆୟୋଜିତ ପ୍ରଥମ ସିଦ୍ଧେଶ୍ଵର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଜାମୁଟ ଦଳକୁ ହରାଇ ଦେମୁହାନ ଦଳ ଚମ୍ପିଆନ ।ଟସ ଜିତି ଦେମୁହାନ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮୧ ରନ କରିବାକୁ ସମର୍ଥ ହୋଇଥିଲା। ବିଜୟ ଲକ୍ଷ ନେଇ ଜାମୁଟ ଦଳ ନିର୍ଦ୍ଧାରିତ ଓଭରରେ ୩ଉଇକେଟ ବିନିମୟରେ କେବଳ ୭୦ରନ କରିପାରିଥିଲା। ଫଳରେ ଜାମୁଟ ଦଳ ୧୧ ରନରେ ପରାସ୍ତ ହୋଇ ଉପବିଜେତା ହୋଇଥିଲା। ଆଜିର ମ୍ୟାଚରେ ମୁଖ୍ୟଅତିଥିଭାବେ କଣ୍ଟାମାଳ ବ୍ଳକ ଉପାଧ୍ୟକ୍ଷ ମହେନ୍ଦ୍ର ରଣା ଓ ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ନିଳାଚଳ ଭୋଇ, ସମାଜସେବୀ ଦୟାବନ୍ତ ଧରୁଆ, ବିବଛ ଭୋଇ, ଶମ୍ଭୁନାଥ ରଣା, ଶିବ ଭୋଇ, ଶେଷଦେବ ରଣା, ନିରଞ୍ଜନ ରଣା ଉଦୟ ନାଥ ରଣା ପ୍ରମୁଖ ଯୋଗଦେଇ ଉଭୟ ଦଳର ଖେଳାଳୀଙ୍କୁ ଉତ୍ସାହିତ କରିବା ସଂଗେ ସଂଗେ ଚମ୍ପିଆନ ଓ ଉପବିଜେ ଟ୍ରଫି ପ୍ରଦାନ କରିଥିଲେ। ଉକ୍ତ ମ୍ୟାଚକୁ ଲକ୍ଷ୍ମଣ ରଣା ଓ ବନ ବିହାରୀ ଭୋଇ ଖେଳ ପରିଚାଳନା କରିଥିଲେ ଓ କ୍ରିକେଟ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।