-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
25-Feb-2024
କଣ୍ଟାମାଳ,(ଜୟ କୁମାର ମହାରଣା )
କଣ୍ଟାମାଳ ବ୍ଲକ ଘଣ୍ଟାପଡା ଥାନା ଅନ୍ତର୍ଗତ ଖୁଣ୍ଟିଗୋରା ପଞ୍ଚାୟତର ବନ୍ଧଗୋରାଶିବମନ୍ଦିର ନିକଟରେ ବୌଦ୍ଧ ଜିଲାପୁଲିସ ପକ୍ଷରୁ ଏକ ଜନମୈତ୍ରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସାଧାରଣ ଲୋକଙ୍କ ମଧ୍ୟରେ ମାଓବାଦୀଙ୍କ ଅସାମାଜିକ, ଅସାମ୍ବିଧାନିକ କାର୍ଯ୍ୟ ନେଇ ସଚେତନ କରାଯିବା ଉଦ୍ଦେଶ୍ୟରେ ଜନମୈତ୍ରୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l କାର୍ଯ୍ୟକ୍ରମରେ ବୌଦ୍ଧଅତିରିକ୍ତଏସପି ଏମ ମିଞ୍ଚ, ସରଜେଣ୍ଟ ଦୁଷ୍ମନ୍ତ ସାହୁ, ଆଦିବାସୀ ନେତାପିତାମ୍ବର ଭୋଇ,ଘଣ୍ଟାପଡା ଥାନା ଅଧିକାରୀବଳଭଦ୍ର ଗଣ୍ଡା ବୌଦ୍ଧ ରିଜର୍ଭ ଇନ୍ସପେକ୍ଟର କୁଳମଣି ଗିରି ପ୍ରମୁଖ ଯୋଗଦେଇ ମାଓବାଦୀଙ୍କ କାର୍ଯ୍ୟକଳାପ ନେଇ ଭୟଭୀତ ନହେବାକୁ ଲୋକଙ୍କୁ ପରାମର୍ଶ ଦେଇଥିଲେ l ଏହାସହ ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ରହିଥିବା ସରକାରୀ ପୁନର୍ବାସ ଓ ଥଇଥାନ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହିତ ମାଓବାଦୀ ବିଚାରଧାରାର ଯୁବକ ଯୁବତୀ ଆତ୍ମସମର୍ପଣ କଲେ ୪ଡ଼ିସିମିଲ ଘରଡ଼ିହ, ଆବାସ ଗୃହ ସହିତ ପାଠପଢା ଖର୍ଚ୍ଚ, ବିବାହ ଆଦି ବିଭିନ୍ନ ସରକାରୀ ସହାୟତାର ବନ୍ଦୋବସ୍ତ କରାଯିବ ବୋଲି କହିବା ସହ ହିଂସା ଆଚରଣ ଛାଡି ସମାଜର ମୁଖ୍ୟ ଧାରାରେ ସାମିଲ ହେବାକୁ ଅତିରିକ୍ତଏସପି ଆହ୍ୱାନ ଜଣାଇଥିଲେ l ସେହିପରି ସ୍ଥାନୀୟ ଅଂଚଳ ର ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ବ୍ୟାଗ ଓ ପାଠ୍ୟ ଉପକରଣ ଏବଂ ଅସହାୟଙ୍କୁ ଔଷଧ ଓ ବିଭିନ୍ନ ସହାୟତା ଉପକରଣ ବଣ୍ଟନ କରାଯାଇଥିଲା l ସ୍ଥାନୀୟ ଯୁବାବର୍ଗଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଶିବିର ଆୟୋଜନ ରେ ଘଣ୍ଟାପଡ଼!ଥାନାଧିକାରୀ ବଳଭଦ୍ର ଗଣ୍ଡା, ସବଇନିସ୍ପେକ୍ଟର ବିଶ୍ଵାମିତ୍ର ଲୋଇ ଙ୍କ ସମେତ ସମସ୍ତ ଥାନା କର୍ମଚାରୀମାନେ ସହଯୋଗ କରିଥିଲେ l