-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
25-Feb-2024
ଡେଲାଙ୍ଗ(ଦିଲୀପ କୁମାର ଧାଉଡିଆ ): ପୁରୀଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହରିରାଜପୁର ର ଆରାଧ୍ୟ ଠାକୁର ଓଁ ଶ୍ରୀ ଶ୍ରୀ ପଶ୍ଚିମାସମ୍ଭୁ ସୋମନାଥ ଦେବଙ୍କ ବିଜେସ୍ଥଳୀରେ ଜଗତରକଲ୍ୟାଣ ପାଇଁ ବିଶ୍ୱଶାନ୍ତି ମହାଯଂଜ୍ଞ ଅନୁଷ୍ଠିତ ହୋଇଛି ! ମାଘ ଶୁକ୍ଳ ଚତୁର୍ଦଶୀ ଶୁକ୍ରବାର ଠାରୁ ଫାଲଗୁନ କୃଷ୍ଣ ପଞ୍ଚମୀ ଗୁରୁବାର ପର୍ଯ୍ୟନ୍ତ ୭ଦିନ ବ୍ୟାପି ପରମ୍ପରା ଅନୁଯାୟୀ ଏହି ବିଶ୍ୱଶାନ୍ତି ମହାଯଂଜ୍ଞ କାର୍ଯ୍ୟକ୍ରମ ଚାଲିବ !ଅଙ୍କୁରରୋପଣ,ଶାଲାମଣ୍ଡନ,ଜଳଯାତ୍ରା, ସର୍ବଦେବାଦେବୀ ଆବାହନ, ଅଗ୍ନିସ୍ଥାପନ,ସୂର୍ଯ୍ୟପୂଜା, ଗୋପୁଜା,ସର୍ବଦେବାଦେବୀ ପୂଜା, ଗିତା ପାଠ, ସପ୍ତସତୀ ଚଣ୍ଡୀପାଠ, ମହାରୁଦ୍ରାଭିଷେକ ଆଦି ନୀତିକାନ୍ତି ପୂଜାର୍ଚ୍ଚନା ପୂର୍ବକ ପଣ୍ଡିତ ପୁରୋହିତ ମାନଙ୍କ ମନ୍ତ୍ରଧ୍ୱନିରେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି
ହୋଇଛି! ସହସ୍ର ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି !ପ୍ରତେହ୍ୟ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଆସନ୍ତା ଗୁରୁବାର ସନ୍ଧ୍ୟା ଗୋଧୂଳି ଲଗ୍ନରେ ପୂର୍ଣ୍ଣାହୁତି ସମ୍ପର୍ଣ୍ଣ ସହିତ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥବା ନେଇ ଓଁ ଶ୍ରୀ ଶ୍ରୀ ପଶ୍ଚିମାସମ୍ଭୁ ସୋମନାଥ ଦେବ ଯଜ୍ଞ କମିଟି ସୂଚନା ଦେଇଛନ୍ତି! ଏଥିସହିତ ଠାକୁରଙ୍କ ଭାରତ ପ୍ରସିଦ୍ଧ ହରିରାଜପୁର ପଞ୍ଚୁ ଦୋଳ ମେଳଣ ର ଜମାଣ ଉତ୍ସବ ମାର୍ଚ୍ଚ ୩୦ ଓ ଠାକୁରଙ୍କ ମେଳଣ ଉତ୍ସବ ଏପ୍ରିଲ ୩ରେ ଅନୁଷ୍ଠିତ ହେବ ବୋଲି ବିଶେଷ ସୂଚନା ଦେଇଛନ୍ତି !