-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
25-Feb-2024
ନୂଆପଡା (ଡୋଲେସ୍ଵର ଵାଗ )ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର ଠାରେ ଦେଖିବାକୁ ମିଳିଛି ଏକ ଛାତି ଥରା ଦୃଶ୍ୟ।ହୀରାପୁର ଗ୍ରାମର ମଧୁ ବନ୍ଦିଛୋରଙ୍କ ସ୍ତ୍ରୀ ତୁଲସା ବନ୍ଦିଛୋର ଦୁଇଟି ପୁଅ ଓ ପରିବାର ସହ ସୁଖ ଶାନ୍ତିରେ ଚଲି ଆସୁଥିବା ବେଳେ ଆଜି ଟିମନପୁର ଗ୍ରାମର ଚୂଡା ମିଲରେ ଚୂଡା ଭଜାଇବା ସମୟରେ ତୁଲସା ବନ୍ଦିଛୋରଙ୍କ କପଡା ମିଲର ବେରିଙ୍ଗ ରେ ଗୁଡେ଼ଇ ହୋଇ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଏ
ସୁଚନା ପାଇବା ପରେ ସିନାପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସବ ଜବତ କରିବା ସହ ତଦନ୍ତ ଜାରି ରଖିଥିବା ବେଳେ ମୃତକ ଙ୍କ ପରିବାର ମଧ୍ୟ ଘଟଣା ସ୍ଥଳକୁ ପହଞ୍ଚି ସେହି ଘଟଣା କୁ ଦେଖି ଭାଙ୍ଗି ପଡିଛନ୍ତି।ଏହା ସହ ପରିବାର ବର୍ଗ କୁ କ୍ଷତିପୂରଣ ଯୋଗାଇ ଦେବା ପାଇଁ ସ୍ଥାନୀୟ ଲୋକେ ମିଲମାଲିକ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟ ସହାୟତା ରାଶି ପ୍ରଦାନ କରିବ ପାଇଁ ଦାବି କରିଛନ୍ତି ।ନଚେତ ମୃତ ସବକୁ ରାଜ ରାସ୍ତାକୁ ଓହ୍ଲାଇବୁ ବୋଲି ପରିବାର ଲୋକେ ଓ ଗ୍ରାମବାସୀ ମାନଙ୍କ ମଧ୍ୟରେ ଦାବି କରିଛନ୍ତି।ଏହି ସପ୍ତାହରେ ତାଙ୍କ ପୁତୁରାଙ୍କ ବିବାହ ଥିବାରୁ ଚୁଡ଼ାର ଆବଶ୍ୟକତା ହେତୁ ମୃତ ତୁଲସା ତାଙ୍କ ପୁତୁରା ସାଙ୍ଗରେ ଚୁଡ଼ା ଲିଆ ଭଜାଇବାକୁ ମିଲକୁ ଯାଇଥିଲେ ବୋଲି ସୂଚନା ମିଳୁଛି।