-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
25-Feb-2024
*ଡାବୁଗାଁ ବ୍ଲକର ବିଭିନ୍ନ ଗ୍ରାମରେ ଚାଲିଛି ଅବୈଧ ଇଟା ନିର୍ମାଣ*
ନବରଙ୍ଗପୁର (ମିହିର ଶଙ୍କର ପାତ୍ର)
ଡାବୁଗାଁ ବ୍ଲକ ରେ ବାରମ୍ବାର ଅନେକ ଅଭିଯୋଗ ପରେ ମଧ୍ୟ ପ୍ରଶାସନ ନିରବ। ଗ୍ରିନ୍ ଟ୍ରିବୁନାଲ ର ନିର୍ଦ୍ଦେଶନାମାକୁ ଭୃକ୍ଷେପ ନକରି ଡାବୁଗାଁ ଠାରୁ ମାତ୍ର କିଛି କିଲୋମିଟର ବ୍ୟବଧାନରେ ଡ଼ୁମଣିଗୁଡା, ଉମରାହାଣ୍ଡି,ବାଇଗାଁ ମାଝୀଗୁଡା, ବରିପଦାର, ଡ଼ଙ୍ଗାରୀଗୁଡା ଗ୍ରାମରେ ଚାଲିଛି ମାଳମାଳ ଇଟା ଭାଟି। କ୍ଷୟ ହେଉଛି ଜମି ର ଉର୍ବରତା, ଏହା ସହ ପରିବେଶ ପ୍ରଦୂଷଣ, ଗାଁ ରେ ରହୁଛି ଅସ୍ୱାସ୍ଥ୍ୟକର ପରିବେଶ। ଅନେକ ଅଭିଯୋଗ ପରେ ମଧ୍ୟ ସମସ୍ୟା ର ସମାଧାନ ହୋଇପାରୁ ନାହିଁ। ଏ ଦିଗରେ ଜଣେ ବୁଦ୍ଧିଜୀବି, ଉଚ୍ଚ ପ୍ରଶାସନିକ ଅଧିକାରୀ ମାନଙ୍କ ଦ୍ବାରସ୍ଥ ହୋଇଥିବା ସୂଚନା ମିଳିଛି। ଘଟଣା ର ସତ୍ୟାସତ୍ୟ କୁ ପ୍ରଶାସନିକ ଅଧିକାରୀ ମାନେ ତଦନ୍ତ କରନ୍ତୁ ବୋଲି ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି। ରାସ୍ତାର ପାର୍ଶ୍ବରୁ ସ୍ପଷ୍ଟ ଦେଖାଯାଉଥିବା ମାଳ ମାଳ ଇଟାଭାଟି ସ୍ଥାନୀୟ ଆର୍ ଆଇ ଙ୍କ ଦୃଷ୍ଟି ଗୋଚର ହେଉ ନାହିଁ କି? ଯଦି ହେଉଛି ବର୍ଷ ବର୍ଷ ଧରି ଚାଲି ଥିବା ଏହି ବେଆଇନ କାର୍ଯ୍ୟ କେବେ ବନ୍ଦ ହେବ ବୋଲି ଜନ ସାଧାରଣଙ୍କ ପ୍ରଶ୍ନ??? ଇଟା ଭାଟି ଗୁଡ଼ିକ ଦୃଷ୍ଟି ଗୋଚର ହେଉଥିବା ସତ୍ତ୍ବେ ଜଣେ ସୂଚନା ଅଧିକାର କାର୍ଯ୍ୟକର୍ତ୍ତା ପ୍ରକୃତ ତଥ୍ୟ ହାସଲ ପାଇଁ ସୂଚନା ମାଗିଥିବା କହିଛନ୍ତି। ଖବର ପ୍ରସାରଣ ପରେ ସ୍ଥାନୀୟ ପ୍ରଶାସନ କିଭଳି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।