-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
23-Feb-2024
ତରଭା,(ପ୍ରେରଣା ଖବର) -ସୁବର୍ଣ୍ଣପୁର ଜିଲ୍ଲା ତରଭାବ୍ଲକ ଅନ୍ତର୍ଗତ ପାଇକବାହାଲ ପଞ୍ଚାୟତରେ ଆଜି ଆମଓଡିଶା ନବୀନ ଓଡିଶା ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ସୋନପୁର ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନିରଂଜନ ପୂଜାହାରୀ କହିଛନ୍ତି ଯେ,ରାଜ୍ୟରେ ସରକାରୀ ଯୋଜନାର ଲାଭ ଲୋକେ ପାଉଛନ୍ତି । ବିଜୁ ସ୍ୱାସ୍ଥ୍ୟକଳୟାଣ ଯୋଜନା ଆମ ନବୀନ ସରକାରଙ୍କ ଏକ ଯୁଗାନ୍ତକାରୀ ଯୋଜନା । ଯେଉଁମାନେ ପୂର୍ବରୁ ଟଙ୍କା ଅଭାବରୁ ଚିକିତ୍ସିତ ହୋଇପାରୁନଥିଲେ ଆଜି ସେମାନେ ବିନାଅର୍ଥରେ ରାଜ୍ୟ ତଥା ରାଜ୍ୟ ବାହାରର ବଡବଡ ହସପିଟାଲରେ ଚିକିତ୍ସିତ ହୋଇପାରୁଛନ୍ତି । ସୋନପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ପାଇଁ ପଦକ୍ଷେପ ନିଆଯାଇଛି । ତରଭା ସିଏଚସିକୁ ରୂପାନ୍ତରିତ କରାଯାଇଛି । ଏଗା ସହିତ ସୋନପୁର ଜିଲ୍ଲାସଦର ମହକୁମାରେ ୧୧୪ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ଜିଲ୍ଲା ହସପିଟାଲରେ ପରିଣତ କରାଯାଇ ପାରିଛି ।
ସ୍ୱାସ୍ଥ୍ୟ କ୍ଷେତ୍ରରେ ଏଣିକି ଆମ ଜିଲ୍ଲା ଆଗୁଆ ରହିଛି ବୋଲି ମନ୍ତ୍ରୀ କହିଥିଲେ । ଏହାସହିତ ରାଜ୍ୟରେ ମହିଳା,ଶିଶୁ ଓ ଲୋକଙ୍କ ପାଇଁ କରାଯାଇଥିବା ଯୋଜନା ବିଷୟରେ କହିଥିଲେ । ପାଇକବାହାଲ ନାଏବସରପଞ୍ଚ ପିଙ୍କି ଶିକାଙ୍କ ସଭାପତିତ୍ୱ ଓ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ତରଭା ବ୍ଲକଅଧ୍ୟକ୍ଷ ସରୋକୁମାର କମ୍ପ,ଜିଲ୍ଲା ପରିଷଦ ସଭ୍ୟା ଅଞ୍ଜଳି କମ୍ପ,ସମିତିସଭ୍ୟ ରାଜକିଶୋର ଭୁଏ,ପୂର୍ବତନ ସରପଞ୍ଚ ଦେବକୀ ନାଗ,କନିଷ୍ଠଯନ୍ତ୍ରୀ ସୁଶାନ୍ତ ଛତ୍ରୀଆ,ତରଭା ବ୍ଲକର ଏପିଓ ତଥା ନୋଡାଲଅଧିକାରୀ ଅମୃତାଂଶୁ ପାତ୍ର,ପଞ୍ଚାୟତ ନିର୍ବାହୀଅଧିକାରୀ ରସିକ ସୁନା ପ୍ରମୁଖ ମଞ୍ଚାସୀନ ଥିଲେ । ବ୍ଲକ
ଅଧ୍ୟକ୍ଷ ସରୋଜ କମ୍ପ,ଜିଲ୍ଲାପରିଷଦ ସଭ୍ୟା ଅଞ୍ଜଳି କମ୍ପ ଓ ଏପିଓ ଅମୃତାଂଶୁ ପାତ୍ର ତାଙ୍କ ବକ୍ତବ୍ୟରେ ରାଜ୍ୟସରକାର ଲୋକଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା ଓ ପାଇକବାହାଲ ପଞ୍ଚାୟତର ବିଭିନ୍ନ ପ୍ରକଲ୍ପ ପାଇଁ ଦିଆଯାଇଥିବା ଅନୁଦାନ ବିଷୟରେ ଲୋକଙ୍କୁ ସଚେତନ କରିଥିଲେ । ଏହି ଅବସରରେ ପଞ୍ଚାୟତର ବିଭିନ୍ନ ଗ୍ରାମର ବରିଷ୍ଠନାଗରିକ,ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା ଓ ବିପିଏମମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଡାହିମାଳ ସ୍କୁଲ ଓ ପାଇକବାହାଲ ସ୍କୁଲର ଛାତ୍ରୀମାନେ ସଚେତନତାଧର୍ମି ନୃତ୍ୟ ପରିବେଷଣ କରିଥିବା ବେଳେ ଶେଷରେ ଶଙ୍କର ବେହେରା ଓ ସାଥିଟିମଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଠାରେ ୨ହଜାରରୁ ଉର୍ଦ୍ଧ୍ୱଲୋକଙ୍କ ସମାଗମ ହୋଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତ ୱାର୍ଡର ସଭ୍ୟ/ସଭ୍ୟା,ଗ୍ରାପର ସ୍ୱେଚ୍ଛାସେବୀଗଣ ସାହାର୍ଯ୍ୟ କରିଥିଲେ ।