-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
24-Feb-2024
ବଲାଙ୍ଗୀର(ପ୍ରେରଣ ଖବର)-ପାଟଣା ରାଜ୍ୟର ଶେଷରାଜା ମହାରାଜ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ରନାରାୟଣ ସିଂଦେଓଙ୍କର ୪୯ତମ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି । ଆଜି ପୂର୍ବତନ ମନ୍ତ୍ରୀ ଅନଙ୍ଗଉଦୟ ସିଂଦେଓ,ପୌରାଧ୍ୟକ୍ଷା ଲିକା ସାହୁ,ଜିଲ୍ଲାପରିଷଦର ଅଧ୍ୟକ୍ଷା ଦେବକୀ ସାହୁ,୮ନମ୍ବର ୱାର୍ଡର କାଉନସିଲର ନନ୍ଦିନୀ ପୋଢ ପ୍ରମୁଖ ରାଜେନ୍ଦ୍ରପାର୍କ ଠାରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ମହାରାଜା ତାଙ୍କ ସମୟରେ କରିଯାଇଥିବା ଜନହିତକର କାମ ପାଇଁ ବଲାଙ୍ଗୀରବାସୀଙ୍କ ହୃଦୟରେ ସବୁଦିନ ରହିବେ ବୋଲି ଅନଙ୍ଗ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜେନ୍ଦ୍ର ପାଣିଗ୍ରାହୀ,ବିଜେଡିର କୈଳାସ ମହାନ୍ତି,ପାଣ୍ଡବ କୁମ୍ଭାର,ମୁନୁ ପୋଢ,ସନ୍ତୋଷିନୀ ଦନ୍ତା,ସନ୍ତୋଷ ଦନ୍ତା,ମୁନ୍ନା ଖାନ ପ୍ରମୁଖ ଉପସ୍ଥିତ ରହିଥିଲେ ।