-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
23-Feb-2024
(ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ସଦର ମହକୁମା ର ଲେପ୍ରା ସୋସାଇଟି ଠାରେ ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ସାମ୍ବାଦିକ ତଥା ଓଡ଼ିଶା ସାମ୍ବାଦିକ ସଂଘ ସୋନପୁର ଶାଖା ସଭାପତି ମନୋରଂଜନ ତ୍ରିପାଠୀ ଯୋଗ ଦେଇ ଏହି ମହତ୍ ସେବା ଅନୁଷ୍ଠାନ ସେବକ , କର୍ମକର୍ତ୍ତାଙ୍କ ଦୀର୍ଘ ବର୍ଷର ଉସର୍ଗିକୃତ ସେବା ଉପରେ ବର୍ଣ୍ଣନା କରି ନିଜର ଦୀର୍ଘ ବର୍ଷ ଅନୁଭୂତି କୁ ପ୍ରକାଶକରି ଭାବ ପ୍ରବଣ ହୋଇ ଯାଇଥିଲେ । ଏବଂ କୁଷ୍ଟ ରୋଗ ଏକ ସ୍ଥାୟୀ ରୋଗ ନୁହେଁ ଏଥିରେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରୁଥିବା ରୋଗ ବୋଲି କହିଥିଲେ l ଓ ଅନୁଷ୍ଠାନ ଆରମ୍ଭ ରେ ପ୍ରତି ଗାଁ କୁ ଯାଇ ରୋଗର ଦୂରୀକରଣ,ସଚେତନତା କାର୍ଯ୍ୟ ରେ କର୍ମଚାରୀ ଙ୍କ ପ୍ରତି ଲୋକଙ୍କ କଡ଼ା ବିରୋଧ ର ଅନୁଭୂତି ସବୁ କୁ ଆଲୋଚନା କରିଥିଲେ। ଲେପ୍ରା ପ୍ରକଳ୍ପର ପ୍ରତିଷ୍ଠା ଓ ନିଷ୍ଠାପର ସେବା ଯୋଗୁଁ ରୋଗ ଆକ୍ରାନ୍ତ ବିକଳାଙ୍ଗ ଲୋକେ କୁଷ୍ଠ ରୋଗ ମୁକ୍ତ ହୋଇ ପାରିଥିବା , ଜିଲ୍ଲାରୁ ରୋଗୀଙ୍କ ସଂଖ୍ୟା ଆଶ୍ଚର୍ଯ୍ୟ ଜନକ ଭାବେ ହ୍ରାସ ପାଇଥିବା ବିଷୟ ଅନୁଷ୍ଠାନର କ୍ଷେତ୍ର ସଂଯୋଜକ ନୃସିଂହ ଚରଣ ମିଶ୍ର ସ୍ୱାଗତ ଭାଷଣ ରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ରେ କଷ୍ଟ ରୋଗ ମୁକ୍ତ ବ୍ୟକ୍ତି ଅରୁଣ ସୁନା, ଧର୍ମେନ୍ଦ୍ର ବିଶ୍ବାଳ, ମେଘୁ ଝାଙ୍କର, ବିଭି ଷଣ ସେଠୀ ନିଜ ନିଜ ଦୁଃଖ କଷ୍ଟ ର ଅଭିଜ୍ଞତା କୁ ବର୍ଣ୍ଣନା କରି ଅନୁଷ୍ଠାନ ର ସେବକ ମାନଂକ ସେବା ଆମକୁ ନୂଆ ଜୀବନ ଦେଈ ସମାଜରେ ସ୍ଥାନ ଦେଇପାରିଛି ବୋଲି ଭୂୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର କର୍ମକର୍ତ୍ତା ବର୍ଷା ରାଣୀ ସାହୁ, ହରିତା ସାହୁ, କାହୁଁ ଚରଣ ଡାକୁଆ ସହଯୋଗ କରିଥିବା ବେଳେ ସୋସାଇଟିର ବିଭିନ୍ନ ବ୍ଲକର କୁଷ୍ଟ ମୁକ୍ତ ବ୍ୟକ୍ତି ଓ ବର୍ତ୍ତମାନର ଅନ୍ତେବାସୀ, ସମସ୍ତ କ୍ଷେତ୍ର କର୍ମଚାରୀ ଉପସ୍ଥିତ ରହି ଏହି ଦିବସ୍ କୁ ସଫଳ କରିଥିଲେ ।