-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
23-Feb-2024
(ମନୋରଞ୍ଜନ ତ୍ରିପାଠୀ )
ସୋନପୁର ମଝିପଡ଼l ର ପ୍ରଭାତ ବାଗ (୪୫ ) ଓ ବନ୍ଧପଡ଼ା ଅଞ୍ଚଳ ର ମତଲୁ ଅଲ୍ଲୀ ଖାଁ (୨୮) ବର୍ଷୀୟ ଯୁବକ ଙ୍କ ପାଖରୁ ୨୦ ବୋତଲ କଫସିରଫ ଜବତ କରିଛି ସୋନପୁର ପୋଲିସ୍ l ଏବଂ ଉଭୟଙ୍କୁ ଗତ କାଲି କୋର୍ଟ ଚାଲାଣ କରିଛି l ସୋନପୁର ପୋଲିସ କେଶ ନମ୍ବର ୭୪ ତାରିଖ ୨୧-୦୨-୨୦୨୪ ଆଇ ପି ସି ୨୭୩/୨୭୪/୨୭୫ ଧାରା ରେ ଏ ଦୁଇ ଜଣ ଅପରାଧୀ ଙ୍କ ନାଁ ରେ କେଶ ରୁଜ୍ଜୁ କରିଛି l ପୂର୍ବରୁ ଦୁଇ ଗୋଟି କେଶ ରେ ୫ ଜଣ କଫ ସିରଫ ବିକ୍ରେତା ଙ୍କୁ ସୋନପୁର କୋର୍ଟ ଚାଲାଣ କରିଥିବା ଜଣା ଯାଇଛି l ଏବଂ ଗତ କାଲି ବ୍ଲକ୍ ଛକ ରେ ସୋନପୁର ଆର ଟି ଓ ଏବଂ ପୋଲିସ ର ମିଳିତ ଚଢାଉ ରେ ଆର ଟି ଓ ଅକ୍ଷୟ ଜେନା ଙ୍କ ଟିମ ମଦୁଆ ଗାଡ଼ି ଚାଳକ, ଟ୍ରୀପଲ୍ ରିଡ଼ିଂ, ଓ ମୋବାଇଲ ୟୁଜର ଚାଳକ ଙ୍କ ଠାରୁ ଏକ ଲକ୍ଷ ୧୦ ହଜାର ଟଙ୍କା ଫାଇନ ସଂଗ୍ରହ କରି ଥିବା ବେଳେ ଥାନା ଅଧିକାରୀ ପଦ୍ମlସିନି ମେହେର ଙ୍କ ନେତୃତ୍ଵ ରେ ସୋନପୁର ପୋଲିସ ୩୨ ହଜାର ଟଙ୍କା ଫାଇନ ସଂଗ୍ରହ କରିଛି l ଆଗକୁ କଫ ସିରଫ ବେପାରୀ , ତିନି ଜଣ ବସିଥିବା ବାଇକ୍ ଚାଳକ, ମୋବାଇଲ ୟୁଜର ଚାଳକ ଙ୍କ ସମେତ ସହର ର ଅସାମାଜିକ ଯୁବକ ଙ୍କ କାର୍ଯ୍ଯ କଳlପ ଉପରେ ପୋଲିସ ତୀକ୍ଷ୍ମ ନଜର ରଖିବ ବୋଲି ସୋନପୁର ପୋଲିସ ଥାନା ଅଧିକାରୀ ଶ୍ରୀମତୀ ମେହେର ସୁଚନା ଦେଇଛନ୍ତି l