-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
22-Feb-2024
ଡୁଙ୍ଗୁରିପାଲି, ତା ୨୨-୦୨-୨୪ ( ପ୍ରେରଣା ଖବର ) : ଡୁଙ୍ଗୁରିପାଲି ବ୍ଲକ୍ ମ।ୟ।ବର୍ହ।ଉଚ୍ଚ ବିଦ୍ୟାଳୟ ଠାରେ ବିଶ୍ଵ ଚିନ୍ତନ ଦିବସ ପାଳିତ ହୋଇଯାଇଛି।ସଭାରେ ପ୍ରଥମେ ସ୍କାଉଟ ଓ ଗାଇଡସ ର ପ୍ରତିଷ୍ଠାତା ଲର୍ଡ ବେଦେନ୍ ପାୱେଲ ଓ ଲେଡୀ ବାଦେନ୍ ପାୱେଲ୍ ଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।
ପ୍ରଥମେ ବିଦ୍ୟାଳୟର ସ୍କାଉଟ୍ ମାଷ୍ଟର ତଥା ଜିଲ୍ଲା ତାଲିମ କମିଶନର ଦୀନବନ୍ଧୁ ପ୍ରଧାନ ଆଜି ଦିବସର ଉଦ୍ଦେଶ୍ୟ ପ୍ରକାଶ କରି ବାଦେନ ପୋୱେଲ୍ ଙ୍କ ବିଶ୍ଵ ପ୍ରତି କରିଯାଇ ଥିବା ମହାନ୍ କାମର ବର୍ଣ୍ଣନା କରିଥିଲେ।ସ୍କାଉଟ ମାନଙ୍କ ମଧ୍ୟରୁ କ୍ରିଶ୍ ,ସୁଜିତ୍ ସିମୁ ପ୍ରଭୃତି ବକ୍ତ୍ୟବ୍ୟ ପ୍ରଦାନ କରିଥିଲେ।
ଶେଷରେ ହିନ୍ଦି ଶିକ୍ଷକ ନନ୍ଦିଘୋଷ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ।