-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
22-Feb-2024
ବିନିକା(ହିମାଂଶୁ ଶେଖର ପୁଟେଲ) ବୁଧବାର ଥିଲା ମେଟ୍ରିକ ବୋର୍ଡ ପରୀକ୍ଷାର ଦ୍ଵିତୀୟ ଦିନ ।ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ସାରା ରାଜ୍ୟରେ ପରିଚାଳିତ ମେଟ୍ରିକ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ମାତୃଭାଷା ପରୀକ୍ଷା ରହିଥିଲା ।ହେଲେ ଓଡ଼ିଆ ଭାଷା ପରୀକ୍ଷାର ସେଟ ସି ପ୍ରଶ୍ନ ପତ୍ରର ବସ୍ତୁନିଷ୍ଟ ନମ୍ବର ୨୩ ତ୍ରୁଟି ଅଛି ବୋଲି ବିନିକା ସେଣ୍ଟସ ଭ୍ୟାଲି ହାଇସ୍କୁଲର ବରିଷ୍ଟ ଓଡ଼ିଆ ଶିକ୍ଷକ ସୁଦାମ ନାଏକ ଅଭିଯୋଗ କରିଛନ୍ତି ।ସେ କହିଛନ୍ତି ଯେ ଏହି ପ୍ରଶ୍ନରେ ଥିବା ଚାରୋଟିଯାକ ଉତ୍ତର ମଧ୍ୟରୁ ସମସ୍ତ ଶଦ୍ଦ ଅଶୁଦ୍ଧ ବୋଲି ଯୁକ୍ତି କରିବା ସହିତ ଉତ୍ତର ସଠିକ ଲେଖା ଥିବା ବହିର ଏକ କପି ଦର୍ଶାଇଛନ୍ତି ।ସେହିପରି ମେଟ୍ରିକ ବୋର୍ଡ ପରୀକ୍ଷା ପ୍ରଶ୍ନରେ ଥିବା କପି ମଧ୍ୟ ଦର୍ଶାଇଛନ୍ତି ।ତେବେ ଉକ୍ତ ତ୍ରୁଟି ପ୍ରଶ୍ନକୁ ନେଇ ଶିକ୍ଷାବିତ ତଥା ଅଭିଭାବକ/ଅଭିଭାବିକା ମହଲରେ ଚିନ୍ତାର କାରଣ ସାଜିଛି ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ମାନେ କିପରି ଉତ୍ତର ଲେଖିଥିବେ ? ।ତେଣୁ ଏ ଦିଗରେ ମାଧ୍ୟମିକ ଶିକ୍ଷା ପରିଷଦ ପଦକ୍ଷେପ ସ୍ୱରୂପ ଭବିଷ୍ୟତ ଗଠନ ପାଇଁ ସଦାସର୍ବଦା ପରିଶ୍ରମ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ହିତ ଦୃଷ୍ଟିରୁ ତ୍ରୁଟି ଥିବା ପ୍ରଶ୍ନର ସଂଶୋଧନ କରି ଆଉଥରେ ମୌକା କିମ୍ବା ସେହି ନମ୍ବରରେ ଉପଯୁକ୍ତ ମାର୍କ ପ୍ରଦାନ କରାଯିବାକୁ ଶିକ୍ଷା ପ୍ରେମୀ ମହଲରେ ଦାବୀ ହେଉଛି।