-+91-9937148622 |

prerana_bgr@rediffmail.com |

  Wednesday 12th August 2026 |

| | | |

R.N.I. Regd No. ODIODI/2010/46693

Breaking News

ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||     

HOME   ଜିଲ୍ଲା

ହାତୀକୁ ଧକ୍କା ଦେଲା ପୁରୀ-ସୁରଟ ଏକ୍ସପ୍ରେସ ଟ୍ରେନ; ଇଞ୍ଜିନ ଲାଇନଚ୍ୟୁତ, ଯାତ୍ରୀ ସୁରକ୍ଷିତ

21-Dec-2020



ଯୁଜୁମୁରା:(ଦେବାଶିଷ ବେହେରାଙ୍କ ରିପୋର୍ଟ) - ରବିବାର ରାତି ୨.୦୫ରେ ସମ୍ବଲପୁର ରେଳ ଷ୍ଟେସନ ନିକଟ ମାନେଶ୍ୱର ଷ୍ଟେସନ୍‌ ପାଖରେ ପୁରୀ-ସୁରଟ ଏକ୍ସପ୍ରେସ୍‌ ଟ୍ରେନ୍‌ ଧକ୍କାରେ ଗୋଟାଏ ଦନ୍ତାହାତୀର ମୃତ୍ୟୁ ଘଟିଛି। ହାତୀ ସହ ଧକ୍କା ହେବା କାରଣରୁ ଟ୍ରେନ୍‌ ଇଂଜିନର ସମ୍ମୁଖ ପାଖର ବାମ ଓ ଡାହାଣ ପାର୍ଶ୍ୱର ୩ଟି ଲେଖାଁଏ ଚକ ଟ୍ରାକ୍‌ରୁ ବାହାରି ଯାଇଥିଲା। କିନ୍ତୁ, ଦୁର୍ଘଟଣା ଯୋଗୁଁ ଟ୍ରେନ୍‌ ଥିବା କୌଣସି ଯାତ୍ରୀଙ୍କର କିଛି ଅସୁବିଧା ହୋଇ ନ ଥିବା ପ୍ରକାଶ।

ପ୍ରାପ୍ତ ସୂଚନା ଅନୁସାରେ, ଗତ ରାତି ପ୍ରାୟ ୧୦.୩୦ ସମୟରେ ୩ଟି ଦନ୍ତା, ୭ଟି ମାଈ ଏବଂ ୫ଟି ଛୁଆ ଥିବା ଏକ ହାତୀପଲ ବାବୁପାଲି ଗାଁରେ ପଶି ଦୁଇଟି ଘର ଭାଙ୍ଗିଥିଲେ। ଗାଁ ଲୋକେ ହାତୀପଲକୁ ଘଉଡ଼ାଇବାରୁ ସେମାନେ ସେଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଥିବା ଟ୍ରେନ୍‌ ଲାଇନ୍‌ ଅତିକ୍ରମ କରି ଆରପଟ ଅଞ୍ଚଳକୁ ଚାଲି ଯାଉଥିଲେ।ଠିକ୍‌ ଏହି ସମୟରେ ରେଲ୍ ଖୁଣ୍ଟି ୧୮/୯ ନିକଟରେ ପଲର ଗୋଟାଏ ଦନ୍ତାହାତୀକୁ ଉକ୍ତ ଟ୍ରେନ୍‌ଟି ଧକ୍କା ଦେଇଥିଲା। ଧକ୍କା ଖାଇବା ପରେ ଦନ୍ତାହାତୀର ଅନ୍ତଃବୁଜୁଳା ବାହାରି ଟ୍ରାକ୍‌ର ବାମ ପଟକୁ ଓ ଶୁଣ୍ଢଟି ଡାହାଣ ପଟକୁ ଛିଟିକି ପଡ଼ିଥିଲା। ଦନ୍ତାହାତୀର ଅବଶିଷ୍ଟ ଦେହାଂଶ ଗତିଶୀଳ ଟ୍ରେନ୍‌ର ଇଞ୍ଜିନ୍‌ ତଳେ ଲାଖି ରହି ପ୍ରାୟ ୧୦୦ ମିଟର ଦୂରକୁ ଘୋଷାଡ଼ି ହୋଇଯାଇଥିଲା।ଦୁର୍ଘଟଣା ଯୋଗୁଁ ସମ୍ପୃକ୍ତ ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିଲା। ଖବର ପାଇ ଡିଏଫ୍‌ଓ ଡକ୍ଟର୍‌ ସଞ୍ଜିତ କୁମାର ଓ ସଦର ରେଞ୍ଜର୍‌ ଗୌରୀଶଙ୍କର ଦାଶଙ୍କ ସମେତ ବନ ବିଭାଗର କର୍ମଚାରୀ ଏବଂ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।
ରେଳ ଇଞ୍ଜିନ୍‌ରେ ଲାଖି ରହିଥିବା ହାତୀର ଦେହାଂଶକୁ କଟର୍‌ ସହାୟତାରେ କାଟି ବାହାର କରାଯାଇଥିଲା। ପ୍ରେସର୍‌ ଜ୍ୟାକ୍‌ରେ ଇଞ୍ଜିନ୍‌କୁ ଉଠାଯାଇ ଟ୍ରାକ୍‌ରେ ରଖାଯିବା ପରେ ତାହା ସମ୍ବଲପୁର ଚାଲିଯାଇଥିଲା।

ପାହାନ୍ତା ୪.୩୦ରେ ହାତୀବାରି ଷ୍ଟେସନ୍‌ରୁ ଏକ ଇଞ୍ଜିନ୍‌ ଆସି ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌ ବଗିଗୁଡ଼ିକୁ ହାତୀବାରି ଷ୍ଟେସନ୍‌କୁ ଫେରାଇ ନେଇଥିଲା। ସେଠାରେ ଅନ୍ୟ ଏକ ଇଞ୍ଜିନ୍‌ର ବ୍ୟବସ୍ଥା କରାଯିବା ପରେ ଟ୍ରେନ୍‌ ସକାଳ ୭.୪୦ରେ ଦୁର୍ଘଟଣାସ୍ଥଳ ଅତିକ୍ରମ କରି ତା’ର ଗନ୍ତବ୍ୟସ୍ଥଳ ଅଭିମୁଖେ ଚାଲିଯାଇଛି।

ଏବେ ସମ୍ପୃକ୍ତ ଟ୍ରାକ୍‌ରେ ରେଳ ଚଳାଚଳ ସ୍ୱାଭାବିକ ହୋଇଛି। ମୃତ ଦନ୍ତାହାତୀକୁ ବ୍ୟବଚ୍ଛେଦ କରାଯିବା ପରେ ପୋତି ଦିଆଯିବ ବୋଲି ବନ ବିଭାଗ ଅଧିକାରୀମାନେ କହିଛନ୍ତି। ଘଟଣାର ତଦନ୍ତ ଲାଗି ରେଳବାଇ ଏକ ୫ଜଣିଆ କମିଟି ଗଠନ କରିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026
  ଜିଲ୍ଲା  
ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ   11-Aug-2026
  ଜିଲ୍ଲା  
ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   11-Aug-2026
  ଜିଲ୍ଲା  
ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   11-Aug-2026
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026

You Might Also Like