-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
18-Feb-2024
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ରାଜ୍ୟ ସରକାରଙ୍କ ଦ୍ୱାରା ଚାଲିରହିଥିବା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ର ୧୨ ନମ୍ବର ଦିନରେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ବାହାବଲ ପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବେଲପଡା ବ୍ଳକ ଅଧ୍ୟକ୍ଷା କୁମାରୀ ଟିନା କୁମ୍ଭାର ଯୋଗଦେଇ କାର୍ଯ୍ୟର ଶୁଭାରମ୍ଭ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର, ବିଡ଼ିଓ ରାଜେଶ କୁମାର ମେହେର, ବି ଏସ୍ ଏସ୍ ଓ ଅଭିଜିତ ସେଠ,ବାହାବଲ ପଞ୍ଚାୟତ ର ସରପଞ୍ଚ ବାବୁଲାଲ ପ୍ରଧାନ, ସମିତି ସଭ୍ୟ ନିତ୍ୟାନନ୍ଦ ଛୁରା,କାନୁଟ ସରପଞ୍ଚ ଅଶୋକ କୁମାର ମହାପାତ୍ର,ସଲଣ୍ଡି ସରପଞ୍ଚ ଜଗବନ୍ଧୁ ବେହେରା,ପିଇଓ ସୋମନାଥ ସାହୁ ମଞ୍ଚାସୀନ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଆମ ଓଡ଼ିଶା ନବୀନ ଓଡ଼ିଶା ର ବ୍ଳକ ନୋଡାଲ ଅଫିସର୍ ପାଣ୍ଡବ ମଲ୍ଳିକ ମଞ୍ଚ ପରିଚାଳନା କରିଥିଲେ। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ମାନଙ୍କ ବିଷୟରେ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଏବଂ ବାବୁଲାଲ ପ୍ରଧାନ ସରପଞ୍ଚ ହେବା ପରେ ଅଞ୍ଚଳ ର କି କି ବିକାଶ ହୋଇଛି ସେ ବିଷୟରେ ଲୋକମାନଙ୍କୁ ଜଣାଇଥିଲେ। ଏବଂ କିଛି ବିକାଶ ର ଝଲକ ଉଦାହରଣ ସ୍ୱରୂପ ଦିଆଗଲା।ବାହାବଲ ପଞ୍ଚାୟତ ରେ ହୋଇଥିବା ବିକାଶ ର କିଛି ଉଦାହରଣ ଆମ ଓଡ଼ିଶା ନବୀନ ଓଡ଼ିଶା ରେ ୯ ଟି ପ୍ରକଳ୍ପ ପାଇଁ ୫୦ ଲକ୍ଷ ଟଙ୍କା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ୧୦୧୭ ପରିବାର କୁ ଅନ୍ତର୍ଭୁକ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରେ ୧ ଟି ପ୍ରକଳ୍ପ ପାଇଁ ୪ ଲକ୍ଷ ଟଙ୍କା ର ଅନୁଦାନ ରାଶି ପ୍ରଦାନ କରାଯାଇଛି। ଏବଂ ୬୮୬ ପରିବାର କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି,୨୦୪ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଯୋଜନା ରେ ଅନ୍ତର୍ଭୁକ୍ତ କରି ଭତ୍ତା ପ୍ରଦାନ କରାଯାଇଛି।୨୪ ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କୁ ମିଶନ ଶକ୍ତି ଯୋଜନାରେ ୮୪ ଲକ୍ଷ ଟଙ୍କା ର ବିନା ସୁଧରେ ଋଣ ପ୍ରଦାନ କରାଯାଇଛି।୧୦୧୭ ପରିବାର ଙ୍କୁ ରାସନ୍ କାର୍ଡ ଯୋଗାଇ ଦିଆଯାଇଛି ଏବଂ ମମତା ଯୋଜନା ରେ ୪୧ ଜଣ ଗର୍ଭବତୀ ମହିଳାଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି। ମୁଖ୍ୟତଃ ବାହାବଲ ଗାଁ ର ଧୋବା ଧନେଶ୍ଵର ହାଇସ୍କୁଲ କୁ ୫ ଟି ର ଅନ୍ତର୍ଭୁକ୍ତ କରାଯାଇ ରୂପାନ୍ତରିକରଣ କରାଯାଇଛି।୫ ଲକ୍ଷ ଟଙ୍କା ଅନୁଦାନରେ ବାହାବଲ ଜଗନ୍ନାଥ ମନ୍ଦିରକୁ ରୂପାନ୍ତରିତ କରିଥିବା ବେଳେ ବାହାବଲ ରୁ ଖଇରମାଲ ରାସ୍ତା ମରାମତି ପାଇଁ ୧,୫୦,୦୦୦ ଟଙ୍କା ଦିଆଯାଇଥିଲା ।୫ ଲକ୍ଷ ଟଙ୍କା ରେ ମିଶନ ଶକ୍ତି ଗୃହ ନିର୍ମାଣ ହୋଇଥିବା ବେଳେ ମାଲପଡା ଠାରେ ସୌର ଚାଲିତ ପାନୀୟ ଜଳ ଯୋଗାଣ ସୁବିଧା ପାଇଁ ୫ ଲକ୍ଷ ଟଙ୍କା ର ପ୍ରକଳ୍ପ ତିଆରି କରାଯାଇଛି। ରାଜୀବ ଗାନ୍ଧି ସେବା କେନ୍ଦ୍ର ପାଇଁ ୬ ଲକ୍ଷ ଆବର୍ଜନା ପୃଥିକୀକରଣ ପାଇଁ ୨ ଲକ୍ଷ , କଂକ୍ରିଟ ରାସ୍ତା ପାଇଁ ଏକ ଲକ୍ଷ ପ୍ରଦାନ କରାଯାଇଛି।ପ୍ରାଣୀ ସମ୍ପଦ ବିଭାଗରୁ ବାହାବଲ ଗାଁ ର ନରେନ୍ଦ୍ର ପ୍ରଧାନ ୧.୫ କୋଟି ଟଙ୍କାରେ ଜଣେ ସଫଳ କୁକୁଡ଼ା ଚାଷୀ ହୋଇପାରିଛନ୍ତି। ଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀ ମାଛ ଚାଷରେ ସଫଳତା ହାସଲ କରିଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇ ବାହାବଲ ଗାଁ ର ରାଜଶ୍ରୀ ବଗର୍ତ୍ତି ଲାଭ ଉଠାଇଛନ୍ତି। କିଛି ଜଣ ହିତାଧିକାରୀଙ୍କୁ ଆମ ଓଡ଼ିଶା ନବୀନ ଓଡ଼ିଶା ର ବ୍ୟାଗ ପ୍ରଦାନ କରାଯାଇଥିଲା ଏବଂ ଅଧ୍ୟକ୍ଷା କୁମାରୀ ଟିନା କୁମ୍ଭାର ଓ ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର ଦ୍ବାରା ବାହାବଲ ଗାଁ ର ଶୁଶିଲା ବର୍ଗେ ବୃଦ୍ଧା ଙ୍କୁ ତତ୍ କାଳୀନ ଭତ୍ତା ପ୍ରଦାନ କରି ପ୍ରଶଂସାର ପାତ୍ର ହୋଇଛନ୍ତି। ପରିଶେଷରେ ନୋଡାଲ ଅଫିସର୍ ପାଣ୍ଡବ ମଲ୍ଳିକ ସଭାସ୍ବାଙ୍ଗ କରି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।