-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
18-Feb-2024
(କେଶବ ମେହେର)
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକଅନ୍ତର୍ଗତ ଶଗଡ଼ା ଗ୍ରାମ ପଞ୍ଚାୟତ ଠାରେ ରବିବାର ବାର ଦିନ ଆମ ଓଡ଼ିଶା ନବୀନ ଓଡିଶା,,ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ଓ ପଞ୍ଚାୟତ ସ୍ତରୀୟ ସଚେତନା ଶିବିର ଅନୁଷ୍ଠିତ ହୋଇଛି।ଉକ୍ତ କାର୍ଯ୍ୟ କ୍ରମ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଗୋବିନ୍ଦ ନାଏକ ଓ ସ୍ଥାନୀୟ ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ରାଶି ମାଝୀ ଙ୍କ ନେତୃତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା, ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ଶ୍ରୀଯୁକ୍ତ ସୁଜିତ କୁମାର ଓ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ଦିଶାରି , ବୋରଭଟା ସରପଞ୍ଚ ଶ୍ରୀଯୁକ୍ତ ବିବେକ ରଞ୍ଜନ ନାଗ,ବିଜେଡି ଜୋନ ସଭାପତି ଶ୍ରୀ ବିଜୟ ମାଝୀ,ସ୍ଥାନୀୟ ନାଏକ ସରପଞ୍ଚ ଶ୍ରୀମତୀ ଲିପ୍ସା ରାଣୀ ନାଏକ,GRS ,ୱାର୍ଡ ସଭ୍ୟ ,ସଭ୍ୟା, ଓ , ଆଶା , ଅଙ୍ଗନୱାଡ଼ି, MBK,CRP, ମିଶନ ଶକ୍ତି SHG, ମା ମାନେ ଓ ଉକ୍ତ ଅଞ୍ଚଳ ର ଅନେକ ବୁଦ୍ଧଜୀବୀ ବା ଅନେକ ବ୍ୟକ୍ତିମାନେ ଯୋଗଦେଇଥିଲେ ।ଓ ରାଜ୍ୟ ସରକାରଙ୍କ ବା ଆମ ଓଡ଼ିଶା ନବୀନ ଓଡିଶା ପକ୍ଷରୁ ଗ୍ରାମାଞ୍ଚଳ ମାନଙ୍କରେ ଜଗନ୍ନାଥ ସସ୍କୃତି ର ସଂରକ୍ଷଣ ଓ ଅନେକ ଧାର୍ମିକ ସ୍ଥଳୀ ବା ମହିଳା ସଶକ୍ତି କରଣ,ବ୍ୟକିଙ୍ଗି,ଶିକ୍ଷା,କ୍ରୀଡା,ଓ ଉନ୍ନତି ମୂଳକ କାର୍ଯ୍ୟ କ୍ରମ କୁ ପୁଙ୍ଖା ନୁ ପୁଙ୍ଖା ଭାବରେ ଆଲୋଚନା କରିଥିଲେ।ଓ ଅନେକ ସଂସ୍କୃତିକ କାର୍ଯ୍ୟ କ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ବହୁତ୍ ସୁନ୍ଦର୍ ଭାବେ ସଭା ପରିଚାଳନା କରିଥିଲେ ଶ୍ରୀ ସୁଧିର ନାଏକ lସର୍ବ ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ ।