-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
05-Feb-2024
ଟିଟିଲାଗଡ଼(ପ୍ରେରଣା ଖବର ): ଟିଟିଲାଗଡ଼ ମାହେଶ୍ୱରୀ ଆଇଟିଆଇର ନୂତନ ପ୍ରିନସିପାଲ ଭାବରେ ଦାୟିତ୍ୱ ନେଇଛନ୍ତି ଇଂ. ମନୋରଞ୍ଜନ ମିଶ୍ର l ସେ ପୂର୍ଵରୁ ଅନେକ ଅନୁଷ୍ଠାନରେ କାର୍ଯ୍ୟକରିବା ପରେ ମାହେଶ୍ୱରୀ ଆଇତିଆଇରେ ଟ୍ରେନିଙ୍ଗ ଅଫିସର ଭାବରେ କାର୍ଯ୍ୟରତ ଥିଲେ l ତାଙ୍କର କାର୍ଯ୍ୟ ଓ ଦକ୍ଷତା ଦେଖି ଅନୁଷ୍ଠାନ ପକ୍ଷରୁ ତାଙ୍କୁ ପ୍ରିନସିପାଲ ଭରେ ଦାୟିତ୍ୱ ଦିଆଯାଇଛି l ବର୍ତମାନ ସେ ଅନୁଷ୍ଠାନରେ କେମିତି ଭଲ ଭାବରେ ଛାତ୍ର ଛାତ୍ରୀ ମନେ ଶିକ୍ଷା ଓ ତାଲିମ ଗ୍ରହଣ କରି ବିଭିନ୍ନ କ୍ଷେତ୍ରରେ ଉପଯୁକ୍ତ ନିଯୁକ୍ତି ବା ଲୋକଙ୍କୁ ନିଯୁକ୍ତି ଦେଇପାରିବେ ତାରି ଉପରେ ତାଙ୍କରି ପ୍ରଥମ କାର୍ଯ୍ୟ ବୋଲି ସୂଚନା ଦେଇଛନ୍ତି l ପୂର୍ବରୁ ମାହେଶ୍ୱରୀ ଆଇଟିଆଇ ର ଅନେକ ଛାତ୍ର ଛାତ୍ରୀ ବିଭିନ୍ନ ସରକାରୀ ତଥା ଶିଳ୍ପନୁଷ୍ଠାନ ମାନଙ୍କରେ କାର୍ଯ୍ୟରତ ଅଛନ୍ତି l ଆଗାମୀ ଦିନରେ ମଧ୍ୟ କିଭଳି ଭରେ ଛାତ୍ରଛାତ୍ରୀ ମନେ ତାଲିମ ଗ୍ରହଣ କରି ବିଭିନ୍ନ କ୍ଷେତ୍ରରେ କାମ କରିବେ ତାରି ଉପରେ ପ୍ରତମ ଦୃଷ୍ଟି ଦିଆଯିବ ବୋଲି ଅନୁଷ୍ଠାନର ନୂତନ ପ୍ରିନସିପାଲ ସୂଚନା ଦେଇଛନ୍ତି l