-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
20-Dec-2020
(ପ୍ରେରଣା ଖବର) ଢେଙ୍କାନାଳ: ହାତୀ ଆକ୍ରମଣରେ ପଣ୍ଡୁଆ ଫାଣ୍ଡି ଖଟୁଆ ହତା ଗ୍ରାମର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲାର ଖଟୁଆ ହତା ଗ୍ରାମର କାର୍ତ୍ତିକ ସାହୁ (୭୫) ଆଜି ଭୋର ସାଢେ ପାଞ୍ଚଟାରେ ଶୌଚ ହେବାକୁ ଘର ପଛ ପାଖକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ଶୁଣ୍ଢରେ ଟେକି କାର୍ତ୍ତିକ ସାହୁଙ୍କୁ କଚାଡି ଦେଇଥିଲା। ପରିବାର ଲୋକେ ତାଙ୍କୁ ସଙ୍ଗେସଙ୍ଗେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ତେବେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟ ହୋଇଥିବା ବନ ଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେବା ସହ ମୃତକଙ୍କ ପରିବାରକୁ ଚାଳିଶ ହଜାର ଟଙ୍କା କ୍ଷତି ପୂରଣ ଦିଆଯାଇଥିବା ପ୍ରକାଶ କରିଛନ୍ତି।