-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
19-Dec-2020
ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର): ରାଜ୍ୟରେ ମନ୍ଦିର ତଥା ଧାର୍ମିକ ପିଠମାଙ୍କର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଅଧ୍ୟାଦେଶ ମାଧ୍ୟମରେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରି ସେ ସବୁର ବିକାଶ,ରିତି ନିତୀ ଓ ଅନୁଦାନ ର ବ୍ୟବସ୍ଥା କରୁଛନ୍ତି । ପୁରି ଶ୍ରୀ ଜଗନ୍ନ୍ାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ମାଧ୍ୟମରେ ସେ ସବୁର ଉନ୍ନତି ପାଇଁ କାର୍ଯ୍ୟକ୍ରମ ନିଆ ସରିଛି । କିନ୍ତୁ ପଶ୍ଚିମ ଓଡିଶାରେ ଥିବା ସର୍ବପୁରାତନ ହରିଶଙ୍କର ଓ ନୃସିଂହନାଥ ପୀଠକୁ ସରକାର ଅଣଦେଖା କରୁଛନ୍ତି କାହିଁକି ବୋଲି ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ପ୍ରଶ୍ନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କିଛି ଦିନ ଆଗରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିରଜା,ତାରିତାରିଣି , ରାଧାମାଧବ ଓ ସମଲେଶ୍ୱରୀ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ କରି ଏହାର ବିକାଶ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖଛନ୍ତି । ଏଠାରେ ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ଯେ, ମାନ୍ୟବର କେନ୍ଦ୍ରମନ୍ତ୍ରୀ ତାଙ୍କ ପ୍ରସ୍ତାବରେ ଏହି ଅଂଚଳର ସର୍ବପୁରାତନ ପିଠ ହରିଶଙ୍କର ଓ ନୃସିଂହନାଥ ମନ୍ଦିରକୁ ଭୁଲିଗଲେ କେମିତି । ରାଜ୍ୟ ସରକାର ଶ୍ରୀ ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର ପାଇଁ ରାଜକୋଶ ଖୋଲିଦେଇଥିବା ବେଳେ ପଶ୍ଚିମ ଓଡିଶାରେ ଥିବା ଏହି ଐତିହାସିକ ଧାର୍ମିକ ପିଠ ଦ୍ୱୟକୁ ଅଣଦେଖା କରି ପସ୍ଚିମ ଓଡିଶ ପ୍ରତି ନିଜର ବୈମାତୃକ ମନୋଭାବର ପରିଚୟ ଦେଉଛନ୍ତି କି ବୋଲି ଶ୍ରୀ ମିଶ୍ର କ୍ଷୋଭ ର ସହ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ପ୍ରସିଦ୍ଧ ଶୈବ ପିଠ ହରିଶଙ୍କର ଓ ନୃସିଂହନାଥ ମନ୍ଦିର ର ଦୃଢ ଐତିହାସିକ ଭିତ୍ତିଭୂମୀ ରହିଛି । ବହୁମୁଲ୍ୟ ଔଷଧୀୟ ବୃକ୍ଷରାଜୀ, ମୁଲ୍ୟବାନ ଖଣୀଜ ପଥର ଭରା ଗନ୍ଧମାର୍ଦନ ପର୍ବତମାଳାରେ ଏହି ଉଭୟ ମନ୍ଦିର ଅବସ୍ଥିତ । ଅନେକ ପର୍ବତାରୋହି ତଥା ପଯ୍ୟଟକ ପାହାଡ ଓ ଜଙ୍ଗଲ ପଥ ଦେଇ ଗୋଟିଏ ମନ୍ଦିରୁ ଅନ୍ୟ ମନ୍ଦିରକୁ ଚାଲିଚାଲି ଦୁଃଶାହାସିକ ଯାତ୍ରା କରିଥାନ୍ତି ।ଏଠାରେ ଥିବା ପ୍ରାକୃତିକ ଝରଣା ,ପଶୁପକ୍ଷୀ, ଫଳମୂଳ ବର୍ଷ ତମାମ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରି ରଖିଥାଏ । ପ୍ରଖ୍ୟାତ ଐତିହାସିକ ମାନଙ୍କ ମତରେ ପ୍ରଥମ ଓଡିଆ ଶିଳା ଲିପି ମଧ୍ୟ ଗନ୍ଧମାର୍ଧନ ପର୍ବତରୁ ହିଁ ମିଳିଥିଲା । ବିଶ୍ୱ ପ୍ରସିଦ୍ଧା ପ୍ରଖ୍ୟାତ ପରିବ୍ରାଜକ ହୁଏଂସାଂଙ୍କ ଭାରତ ପରିଭ୍ରମଣ ସମୟରେ ସେ ଏହି ପର୍ବତମାଳକୁ ଆସି ଏଠାରେ ଅବସ୍ଥିତ ଥିବା ଦୁଇଟି ବିଶ୍ୱବିଦ୍ୟାଳୟ କଥା ନିଜ ପୁସ୍ତକରେ ଉଲ୍ଲେଖ କରିଥିଲେ । ତେଣୁ କେବଳ ଯେ ଏହି ଅଂଚଳରେ ଧାର୍ମିକ ମାନ୍ୟତା ରହିଛି ତାହା ନୁହେଁ ଏହାର ପ୍ରଭୂତ୍ତ ଐତିହାସିକ ପୃଷ୍ଟଭୂମୀ ମଧୟ ରହିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି । ପ୍ରସିଦ୍ଧ ବୈଶାଖୀ ମେଳା ସମୟରେ ଏହି ଉଭୟ ପିଠରେ ଲକ୍ଷାଧୀକ ଭକ୍ତର ସମାଗମ ହୋଇଥାଏ । ତେଣୁ ରଜ୍ୟରେ ଯେତେବେଳ କୌଣସି ମନ୍ଦିର ର ଉନ୍ନତିକରଣ ପାଇଁ ଅଧ୍ୟଦେଶ ମାଧୟମରେ ଆଇନ ପ୍ରଣୟନ ହେଉଛି ସେତେବେଳେ ପଶ୍ଚିମ ଓଡିଶାର ଧମୀୟ ଭାବନା ସହିତ ଜଡିତ ଏହି ଉଭୟ ପିଠର ଉନ୍ନତି ପାଇଁ ମଧ୍ୟ ସରକର ଅଧ୍ୟାଦେଶ ଆଣନ୍ତୁ । ନହେଲେ ଏ ଅଂଚଳର ଲୋକଙ୍କ ଅଲଗା ରଜ୍ୟ ଦାବୀ ଅନ୍ଦୋଳନକୁ ସରକାରଙ୍କ ଏପରି ଅଣଦେଖା ଭରପୁର ଖୋରାକ ଯୋଗାଇବ । ତେଣୁ ସରକାରଙ୍କୁ ମୋର ପ୍ରସ୍ତାବ ହରିଶଙ୍କର ଓ ନୃସିଂହନାଥ ମନ୍ଦିର ର ବିକାଶ, ପରିଚାଲଣା ଓ ରିତିନୀତି ର ସୁରକ୍ଷା ପାଇଁ ମଧ୍ୟ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା ସହ ଏହି ଉଭୟ ପିଠର ସାମଗ୍ରିକ ବିକାଶ କରାଯାଉ ।