-+91-9937148622 |

prerana_bgr@rediffmail.com |

  Wednesday 12th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||     

HOME   ଜିଲ୍ଲା

ଗୁରୁଗ୍ରାମଠାରେ ଅଷ୍ଟମ ରଜ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି

03-May-2026



ନୂଆଦିଲ୍ଲୀ/ଗୁରୁଗ୍ରାମ(ପ୍ରେରଣା ଖବର): ଗୁରୁଗ୍ରାମଠାରେ ଅଷ୍ଟମ ରଜ ମହୋତ୍ସବ ପାଇଁ ଏବେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଉଛି। 'ରଜ' ଓଡ଼ିଶାର ସବୁଠୁ ବୃହତ ଓ ଲୋକପ୍ରିୟ ପର୍ବ ଭାବରେ ବିଶ୍ୱବିଦିତ। ରାଜ୍ୟର ଉତ୍କର୍ଷତା, ଉତ୍କୃଷ୍ଟତା ଓ ଉପାଦେୟତାକୁ ଜାତୀୟ ରାଜଧାନୀ କ୍ଷେତ୍ରରେ ପରିଚିତ ଓ ପ୍ରତିପାଦିତ କରିବା ପାଇଁ ଏହି ଉତ୍ସବ ଅଭିପ୍ରେତ। ମାତୃ ଉପାସନା ପାଇଁ ଉଦ୍ଦିଷ୍ଟ ଏହି ମହା ପାର୍ବଣ, ମାଟି ମା' ଯେତେବେଳେ ମୌସୁମୀ ଆଗମନ କାଳରେ ଗର୍ଭ ଧାରଣପାଇଁ ପ୍ରସ୍ତୁତ ହୁଏ ସେତେବେଳେ ପାଳନ କରାଯାଇଥାଏ। କଳିଙ୍ଗ 

ଭାରତୀ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏ ମହାସମାରୋହ, ଆଗାମୀ ଜୁନ ୧୩ ଓ ୧୪ ତାରିଖ ଦୁଇଦିନ ଧରି ସନ୍ଧ୍ୟା ୫ ରୁ  ରାତି ୧୦ ଟା ପର୍ଯ୍ୟନ୍ତ ଗୁରୁଗ୍ରାମର ଚାରି ନମ୍ବର ସେକ୍ଟର ସ୍ଥିତ ହୁଡ଼ା କମ୍ୟୁନିଟି ସେଣ୍ଟରଠାରେ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରାୟ ପନ୍ଦର ହଜାର ପ୍ରବାସୀ ଓଡ଼ିଆ ଓ ଓଡ଼ିଶାପ୍ରେମୀ ଜନସାଧାରଣଙ୍କର ଏହି ସମାବେଶରେ ସମାଗମ ଘଟିବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ। ଏହି ମହୋତ୍ସବରେ ବରେଣ୍ୟ ଅତିଥି ଭାବରେ ମନ୍ତ୍ରୀ, ବରିଷ୍ଠ ପ୍ରଶାସକ ତଥା ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 

ଅଷ୍ଟମ ରଜ ମହୋତ୍ସବର କେନ୍ଦ୍ରୀୟ ବିଷୟ ବସ୍ତୁ ଭାବରେ ଆସନ୍ତୁ, ଦେଖନ୍ତୁ, ଆଂଚଳିକ ବିବିଧତା ସତ୍ତ୍ୱେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଦେଶ ମଧ୍ୟରେ କିଭଳି ଅନନ୍ୟ ସମନ୍ୱୟ ପ୍ରତିଷ୍ଠିତ ହୋଇଛି- " ଦେଖୋ ଅପନା ଦେଶ" । 

ଆୟୋଜକ କଳିଙ୍ଗ ଭାରତୀ ଫାଉଣ୍ଡେସନର ପ୍ରତିଷ୍ଠାତା ଜାତୀୟ ସଭାପତି ଓ ବିଶିଷ୍ଟ ସମାଜସେବୀ ଇଂ. ଅକ୍ଷୟ କୁମାର ସାମଲଙ୍କ ଦ୍ୱାରା ପରିକଳ୍ପିତ ଏବଂ ପରିସ୍ଫୁଟିତ ଏହି ମହୋତ୍ସବରେ ଓଡ଼ିଶାର କଳା, ସଂସ୍କୃତି, ଇତିହାସ, ପରମ୍ପରା, ପରିପାଟ୍ଟୀ ଏବଂ ବ୍ୟଞ୍ଜନର ଅପୂର୍ବ ସମାହାର ଘଟିବ ବୋଲି ଜଣାଯାଇଛି। ସମଗ୍ର ଉତ୍ତର ଭାରତ ବିଶେଷ କରି ହରିୟାଣାର ରଙ୍ଗାରଙ୍ଗ ସାଂସ୍କୃତିକ ବୈଭବକୁ ଓଡ଼ିଶା ମାଟିର ମହାନତା ଓ ମହାନୀୟତା ସହିତ ସଂଯୁକ୍ତ କରିବା ଏହି ଉତ୍ସବର ଅସଲ ଉଦ୍ଦେଶ୍ୟ।୨୦୪୭ ମସିହାରେ, ବିକଶିତ ଭାରତର ଗଠନ କରିବାର ମହାନ ଲକ୍ଷ୍ୟକୁ ହାସଲ କରିବା ଅଭିପ୍ରାୟରେ ଅବିଳମ୍ବେ ବିକଶିତ ଓଡ଼ିଶା ଓ ବିକଶିତ ହରିୟାଣା ଗଢି ତୋଳିବା ପାଇଁ ଏହି ମହୋତ୍ସବ ଉତ୍ସର୍ଗୀକୃତ ।

 ଏହି ଦୁଇ ଦିନିଆ ସାଂସ୍କୃତିକ ମହାକୁମ୍ଭର ମୁଖ୍ୟ ଆକର୍ଷଣ ହେବ ଜାତୀୟ ଲୋକନୃତ୍ୟ ମହୋତ୍ସବ। ମଞ୍ଚକଳା ଉତ୍ସବ ନାମରେ ନାମିତ, ଏହି କାର୍ଯ୍ୟକ୍ରମ ଅବସରରେ ଓଡ଼ିଶା, ହରିୟାଣା, ରାଜସ୍ଥାନ, ପଶ୍ଚିମବଙ୍ଗ,  ପଞ୍ଜାବ ଏବଂ ଉତ୍ତର ପ୍ରଦେଶରୁ ଆସିବାକୁ ଥବା ପ୍ରାୟ ୨୫୦ ରୁ ଉର୍ଦ୍ଧ୍ଵ କଳାକାର ସେମାନଙ୍କର ପାରଦର୍ଶି ପ୍ରତିଭା ପ୍ରଦର୍ଶନ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିବେ। ଏହା ସହିତ ବହୁ ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସ୍ଥାନୀୟ ଓଡ଼ିଶୀ ନୃତ୍ୟଶିଳ୍ପୀମାନଙ୍କର ଜାଦୁଗରୀ ନୃତ୍ୟର ଝଲକ ମଧ୍ଯ  ଏଠାରେ ଦେଖିବାକୁ ମିଳିବ। 

 ରଜ ମହୋତ୍ସବ ଓ ମଞ୍ଚକଳା ଉତ୍ସବର ଅନ୍ୟାନ୍ୟ ବିଶେଷ ଆକର୍ଷଣଗୁଡ଼ିକ ମଧ୍ୟରେ କୋଡ଼ିଏଟି ନାନା କିସମ ସାମଗ୍ରୀର ଷ୍ଟଲ, ଖାଣ୍ଟି ସ୍ୱାଦିଷ୍ଟ ଓଡ଼ିଆ ଖାଦ୍ୟର ମହଜୁଦି, ରଜ ଦୋଳିର ଉପଲବ୍ଧି, ସ୍ୱତନ୍ତ୍ର ରଜ ପାନ ବଣ୍ଟନର ବ୍ୟବସ୍ଥା, ରଜ ରାଣୀ ଓ ରଜ କୁମାରୀ ଚୟନ, ବିଭିନ୍ନ ପ୍ରକାର ପ୍ରତିଯୋଗିତା ଯଥା ମୁରୁଜ, ଝୋଟି, କୌତୁକ ପୋଷାକ ପରିଧାନ, ଚିତ୍ର ଅଙ୍କନ ଏବଂ  ଲକି ଡ୍ର ମାଧ୍ୟମରେ ବହୁ ଆକର୍ଷକ ପୁରସ୍କାର ବିତରଣ ଆଦି  ସ୍ଥାନ ପାଇବାକୁ ଯାଉଥିବା ଜଣାଯାଇଛି।  ଏହି କାର୍ଯ୍ୟକ୍ରମ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ପ୍ରବେଶ ଶୁଳ୍କ ରହିତ ବୋଲି ମୁଖ୍ୟ ଆୟୋଜକ ଇଞ୍ଜିନିୟର ଅକ୍ଷୟ କୁମାର ସାମଲ ପ୍ରକାଶ କରିଛନ୍ତି। ରାଜଧାନୀ କ୍ଷେତ୍ରରେ ବସବାସ କରୁଥିବା ୧୬ଲକ୍ଷ ଓଡ଼ିଆ, ବହୁ ସଂଖ୍ୟାରେ ଆସି ଏହି ରଜ ମହୋତ୍ସବରେ ଭାଗ ନେବାକୁ ସେ ନିବେଦନ କରିଛନ୍ତି। ଓଡ଼ିଶାର ଅପାର ପ୍ରାଚୁର୍ଯ୍ୟ, ଅଜସ୍ର ମାଧୁର୍ଯ୍ୟ ଏବଂ ଅନନ୍ୟ ଚାତୁର୍ଯ୍ୟକୁ ଅଙ୍ଗେ ନିଭାଇବା ପାଇଁ ଏହା ଏକ ପ୍ରକୃଷ୍ଟ ଅବସର ବୋଲି ଇଞ୍ଜିନିୟର ସାମଲ ଦର୍ଶାଇଛନ୍ତି। ଜାତି, ଧର୍ମ, ବର୍ଣ୍ଣ ଓ ସମ୍ପ୍ରଦାୟ ନିର୍ବିଶେଷରେ ମାନବିକତା, ସୌହାର୍ଦ୍ଦ୍ୟତା ଏବଂ ଭାତୃତ୍ବର ଦୃଢ଼ ବନ୍ଧନରେ ସମସ୍ତଙ୍କୁ ଏକତ୍ର କରିବା ରଜ ମିଳନର ମୁଖ୍ୟ ଲକ୍ଷ୍ୟ ବୋଲି ଶ୍ରୀ ସାମଲ ସୂଚାଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026
  ଜିଲ୍ଲା  
ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ   11-Aug-2026
  ଜିଲ୍ଲା  
ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   11-Aug-2026
  ଜିଲ୍ଲା  
ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   11-Aug-2026
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026
  ଜିଲ୍ଲା  
ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   11-Aug-2026
  ଜିଲ୍ଲା  
ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା   11-Aug-2026

You Might Also Like