-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
30-Jan-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଟିକେଏସଏମଆରଜି ଜୁନିଅର କଲେଜରେ ପ୍ରୋଗ୍ରାମ ଅଫିସର ଖେଳ ଶିକ୍ଷକ ରାଜକିଶୋର ଭୋଇଙ୍କ ତତ୍ତ୍ଵାବଧାନରେ ମହିଳା ଆତ୍ମରକ୍ଷା ତାଲିମ ଶିବିର କଲେଜ ଅଧ୍ୟକ୍ଷ ପରମାନନ୍ଦ ଡାଙ୍ଗ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ଉକ୍ତ ଶିବିରରେ ମୁଖ୍ୟବକ୍ତା ଭାବେ ସମାଜସେବୀ ପ୍ରଭାତ କୁମାର ସାହୁ ଯୋଗ ଦେଇ
ଅରସୁରକ୍ଷିତ ଜୀବନରେ ମହିଳାଙ୍କ ପାଇଁ ଆତ୍ମକୋଶଳ ଶରୀରର ସୁରକ୍ଷା କବଚ ଭାବେ କାର୍ଯ୍ୟ କରିଥାଏ। ସେହିପରି ଅନ୍ୟତମ ଅତିଥି ଭାବେ ଅଧ୍ୟାପକ ଝସକେତନ ଡାଙ୍ଗ, ସତ୍ୟନାରାୟଣ ପଣ୍ଡା, ପରେଶ ସାହୁ, ନିଳକଣ୍ଠ ସା, ଅଧ୍ୟାପିକା ସସ୍ମିତା ଖ୍ବାସ , ମାଷ୍ଟର ଟ୍ରେନର ପଞ୍ଚଦିନୀ ଜାନି ପ୍ରମୁଖ ଯୋଗ ଦେଇ ବର୍ତ୍ତମାନ ମହିଳା ନିଜ ନିଜର ସୁରକ୍ଷା ପାଇଁ ବିଭିନ୍ନ ଶାରୀରିକ କୌଶଳତାର ଆବଶ୍ୟକତା ଉପରେ ମନ୍ତବ୍ୟ ରଖିଥିଲେ।ମାଷ୍ଟର ଟ୍ରେନରଙ୍କ ଦ୍ଵାରା ଆଠଦିନ ଧରି ଉକ୍ତ ତାଲିମ ଶିବିର ଚାଲୁ ରହିବା ନେଇ ପ୍ରକାଶ କରିଛନ୍ତି ପ୍ରୋଗ୍ରାମ ଅଫିସର ଶ୍ରୀ ଭୋଇ। ଏହି ଶିବିରରେ ଯୁକ୍ତଦୁଇ ପ୍ରଥମ ବର୍ଷର ସମସ୍ତ ଛାତ୍ରୀ ଉପସ୍ଥିତ ରହିଥିବା ସ୍ଥଳେ କଲେଜର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ସହଯୋଗ କରିଥିଲେ।