-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
19-Dec-2020
(ପ୍ରେରଣା ଖବର) ଜୟପୁର: କୋରାପୁଟ ସଦରଥାନା ଅନ୍ତର୍ଗତ ଅଡମୁଣ୍ତା ଗ୍ରାମର ସୁନିତା ବେନିୟାଙ୍କୁ ତାଙ୍କ ସ୍ବାମୀ, ଶାଶୁ, ଶ୍ବଶୁର ଓ ନଣନ୍ଦ ଯୌତୁକ ନିର୍ଯ୍ୟାତନା ଦେଇଥିବାକୁ ନେଇ ଜୟପୁର ମହିଳା ଥାନାରେ ଏକ ମାମଲା ରୁଜୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ,ଗତ ୧୫ ବର୍ଷ ପୂର୍ବେ କାକିରିଗୁମ୍ମା ଥାନା ଅନ୍ତର୍ଗତ କିଞରିଗୁଡା ଗ୍ରାମର ସୁନାମ ବେନିୟା ସୁନିତାଙ୍କୁ ବିବାହ କରିଥିଲେ। ବାହାଘର ବେଳକୁ ଶାଶୁଘର ଲୋକେ ଯୌତୁକ ଦାବି କରି ନଥିବା ବେଳେ ମଝିରେ ମଝିରେ ଗଣ୍ଡଗୋଳ ଲାଗି ରହିଥିଲା। ସୁନିତାଙ୍କ ୨ଟି ଝିଅ ଓ ଗୋଟିଏ ପୁଅ ଥିବା ବେଳେ ବର୍ତ୍ତମାନ ସେ ୪ମାସର ଗର୍ଭବତୀ ଅଛନ୍ତି।ଶାଶୁଘର ଲୋକେ ଏହାରି ମଧ୍ୟରେ ଅଧିକା ଯୌତୁକ ଦାବି କରି ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଥିଲେ। ଗତ ୩ମାସ ହେବ ସେ ଶ୍ବଶୁର ଘର ଛାଡି ନିଜ ବାପାଘର ଆଡମୁଣ୍ଡାରେ ଆସି ରହୁଛି। ଏହି ମାମଲାର ଆପୋଷ ସମାଧାନ କରିବା ପାଇଁ ଆଡମୁଣ୍ଡାରେ ଏକ ବୈଠକ ଡକାଯାଇଥିଲା। ସେଠାରେ କୌଣସି ସମାଧାନ ହୋଇପାରି ନଥିଲା। ସୁନିତା ଏନେଇ ପୁଲିସର ଦ୍ବାରସ୍ଥ ହୋଇଥିଲେ। ସୁନିତାଙ୍କ ଅଭିଯୋଗକୁ ଭିତ୍ତିକରି ମହିଳା ଥାନାରେ ୪ ଯୌତୁକ ନିବାରଣ ଆଇନରେ ମାମଲା ରୁଜୁ କରାଯାଇଛି। ମହିଳା ଥାନା ଆଇଆଇସି ମମତା ପାଣିଗ୍ରାହୀ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି।