-+91-9937148622 |

prerana_bgr@rediffmail.com |

  Friday 7th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   (07-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   (07-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   (07-Aug-2026)       ||      ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   (07-Aug-2026)       ||      ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   (07-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   (06-Aug-2026)       ||      ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   (06-Aug-2026)       ||      ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ    (06-Aug-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   (06-Aug-2026)       ||      ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   (06-Aug-2026)       ||      ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   (06-Aug-2026)       ||      ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   (06-Aug-2026)       ||      କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   (06-Aug-2026)       ||      ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା    (06-Aug-2026)       ||      ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା*   (06-Aug-2026)       ||      ନିଶା ନିବାରଣ ପାଇଁ ଶପଥ ଗ୍ରହଣ ସମାରୋହ    (06-Aug-2026)       ||      ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର   (06-Aug-2026)       ||      ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   (05-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା    (05-Aug-2026)       ||      ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର    (05-Aug-2026)       ||     

HOME   ଜିଲ୍ଲା

୪ ବର୍ଷ ହେଲା ତାମିଲନାଡ଼ୁ ଜେଲରେ ସମ୍ବଲପୁରର ୨ ପ୍ରବାସୀ ଶ୍ରମିକ

19-Dec-2020



(ପ୍ରେରଣା ଖବର) ସମ୍ବଲପୁର: ଚେନ୍ନାଇ ସ୍ଥିତ କେନ୍ଦ୍ରୀୟ ଜେଲରେ ୪ ବର୍ଷ ହେଲା ଅଛନ୍ତି ତାମିଲନାଡ଼ୁସ୍ଥିତ ତିରପୁରର ସୂତାକଳରେ କାର୍ଯ୍ୟ କରୁଥିବା ସମ୍ବଲପୁରର ପ୍ରବାସୀ ଶ୍ରମିକ ସୂରଜ ଭଏନା (୪୦) ଏବଂ ତାଙ୍କ ଭଣଜା କରନ(୧୯)। କୋର୍ଟରେ ଉଭୟ ଦୋଷୀ ସାବ୍ୟସ୍ତ ହେବା ପରେ ୭ ବର୍ଷ ଦଣ୍ଡାଦେଶ ହୋଇଛି। ଏହା ପରେ ପରିବାର ଉଚ୍ଚ ନ୍ୟାୟାଳୟରେ ଆବେଦନ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଦୂରତା ଏବଂ ଭାଷା ସମସ୍ୟା ଯୋଗୁଁ ଅସହାୟ ହୋଇ ପଡ଼ିଥିବା କହିଛନ୍ତି ସୂରଜଙ୍କ ଭଉଣୀ ଅନିତା। ସୁରଜ ଏବଂ କରନ ନିର୍ଦୋଷ, ସେମାନଙ୍କୁ ଫସାଇ ଦିଆଯାଇଛି। ପ୍ରଶାସନ କିମ୍ବା କୌଣସି ସହୃଦୟ ସାମାଜିକ ଅନୁଷ୍ଠାନ ସେମାନଙ୍କୁ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।ଅନିତା କହିଛନ୍ତି, ବୁର୍ଲା ମହତାବ ନଗରରେ ରହୁଥିବା ତାଙ୍କ ଭାଇ ସୂରଜ ନବମ ଶ୍ରେଣୀ ପରେ ତାମିଲନାଡ଼ୁର ତିରପୁରରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ସୂତାକଳରେ କାର୍ଯ୍ୟ କରୁଥିବା ସମୟରେ, ୨୦୧୫ ଦୀପାବଳି ଛୁଟିରେ ଘରକୁ ଆସି ୪ ମାସ ରହିଯାଇଥିଲେ। କର୍ମକ୍ଷେତ୍ରକୁ ଫେରିବା ସମୟରେ ଭଣଜା କରନଙ୍କୁ ନିଜ ସାଥୀରେ ନେଇ ଯାଇଥିଲେ। ସେମାନେ ରହୁଥିବା ସ୍ଥାନରେ ଡବଲ ମର୍ଡର ହୋଇଥିଲା। ଏହି ହତ୍ୟା ଘଟଣାରେ କାଳେ ସ୍ଥାନୀୟ ଅଧିବାସୀ ତାଙ୍କୁ ଫସାଇ ଦେବେ ଏହି ଉଭୟରେ ଘରକୁ ଚାଲି ଆସିଥିଲେ। ତିରପୁର ପୁଲିସ ସମ୍ବଲପୁର ଆସି ଉଭୟଙ୍କୁ ଗିରଫ କରି ତାମିଲନାଡ଼ୁ ନେଇ ଯାଇଥିଲେ। ଉଭୟଙ୍କ ବିରୋଧରେ ତଳ ଅଦାଲତରେ ମାମଲା ଚାଲିଥିଲା। ସରକାରୀ ଓକିଲ ଉଭୟ ମାମଲା ପରିଚାଳନା କରୁଥିଲେ। ଏହା ସତ୍ତ୍ବେ ସୂରଜଙ୍କ ବାପାଠାରୁ ଓକିଲ ପ୍ରାୟ ଦେଢ ଲକ୍ଷ ଟଙ୍କା ନେଇଥିଲେ। ଏହାପରେ ଅଦାଲତ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ କାରାଦଣ୍ଡ ଘୋଷଣା କରିଥିଲେ। ପରିବାର ଚାହିଁଲେ ଉପର ଅଦାଲତରେ ଆବେଦନ କରିପାରିବେ ବୋଲି କହିଥିଲେ। ଅନିତା କହିଛନ୍ତି, ତଳ କୋର୍ଟରେ ମାମଲା ପରିଚାଳନା ବେଳେ ତାଙ୍କ ବାପା ବ୍ୟାପକ ଠକେଇର ଶିକାର ହୋଇଥିଲେ। ଭାଷାଗତ ସମସ୍ୟା ସେମାନଙ୍କୁ ନ୍ୟାୟ ପାଇବାରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା। ଏଥିଯୋଗୁଁ ଉଚ୍ଚ ଅଦାଲତରେ ଆବେଦନ କରିବାରେ ସେମାନେ ସାହସ ଜୁଟାଇ ପାରି ନାହାନ୍ତି। ଏହି ଘଟଣା ଯୋଗୁଁ ଭଣଜା କରନ ଜୀବନ ସର୍ବାଧିକ ପ୍ରଭାବିତ ହୋଇଛି। ପୁଅ ଜେଲ ଯିବା ଶୁଣି ମା’ ମାନସିକ ଆଘାତ ପାଇଥିଲେ। କିଛି ଦିନ ପରେ ତାଙ୍କ ମୃତ୍ୟୁ ହୋଇଗଲା। କିଛି ମାସ ପୂର୍ବରୁ ବାପାଙ୍କ ଦେହାନ୍ତ ହୋଇ ସାରିଛି। କରନ ନ୍ୟାୟ ପାଇଁ ମାଉସୀ, ଅଜା, ଆଈଙ୍କ ଭରସା ହିଁ ରହିଥିବା ଅନିତା କହନ୍ତି।


News Comment




Photo in News

Advertisment
Lastest News
  ରାଜ୍ୟ  
ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   07-Aug-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   07-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   07-Aug-2026
  ରାଜ୍ୟ  
ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   07-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   07-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   06-Aug-2026
  ଜିଲ୍ଲା  
ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   06-Aug-2026
  ଜିଲ୍ଲା  
ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ   06-Aug-2026
  ଜିଲ୍ଲା  
ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   06-Aug-2026
  ଜିଲ୍ଲା  
ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   06-Aug-2026
ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   06-Aug-2026
  ଜିଲ୍ଲା  
ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   06-Aug-2026

You Might Also Like