-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
14-Jan-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର,) ଡାବୁଗାଁ ବ୍ଲକରେ ଆଜି ଅଯୋଧ୍ୟାରୁ ଆସିଥିବା ଅକ୍ଷତ ଚାଉଳ ଓ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଛି। ଡାବୁଗାଁର ରାଧାକୃଷ୍ଟ ମନ୍ଦିରରୁ ଅକ୍ଷତ ଚାଉଳ ଓ ନିମନ୍ତ୍ରଣ ପତ୍ର ସହ ରାମ ଭକ୍ତ ମାନେ ବାହାରିବା ପରେ ପ୍ରଥମେ ଜୟନ୍ତୀନଗର ଗ୍ରାମରେ ବଣ୍ଟନ କରିଥିଲେ । ଗ୍ରାମବାସୀ ମାନେ ସମସ୍ତଙ୍କ ଗୃହ ସମ୍ମୁଖରେ କୁମ୍ଭ କଳସ ସ୍ଥାପନ କରି ଓ ଘଣ୍ଟଶଙ୍ଖ ମାଧ୍ୟମରେ ଅକ୍ଷତ ଚାଉଳକୁ ସ୍ଵାଗତ କରିଥିଲେ। ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଆସିଥିବା ଅକ୍ଷତ ଚାଉଳ ଓ ନିମନ୍ତ୍ରଣ ପତ୍ରକୁ ପ୍ରତ୍ୟେକ ଘରେ ପହଞ୍ଚାଇବା ପାଇଁ ହିନ୍ଦୁ ଭାଇ ମାନେ ସହଯୋଗ କରିଥିଲେ