-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
13-Jan-2024
ବୀରମହାରାଜପୁର,(ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗରିଆମୁଣ୍ଡା ଗ୍ରାମର ଶଙ୍କରା ନାଏକ ଙ୍କ ପୁଅ ଅଚ୍ୟୁତା ନାଏକ (୨୪) ଏକ ଚଟେଇ (ମସିଣା) ତିଆରି କମ୍ପାନୀ ରେ ଗତ ତିନି ବର୍ଷହେଲା କାମ କରୁଥିଲେ l ହଠାତ ଅଚ୍ୟୁତା ଅସୁସ୍ଥ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଅଚ୍ୟୁତା ଙ୍କ ମୃତ୍ୟୁ ଘଟିଥିଲା l ଏହି ଖବର ଘରେ ପହଞ୍ଚିବା ପରେ ପରିବାର ପକ୍ଷରୁ ସ୍ଥାନୀୟ ବିଧ୍ୟାୟକ ପଦ୍ମନାଭ ବେହେରା ଓ ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ରଞ୍ଜିତ କୁମାର ରଥଙ୍କ ସହଯୋଗ ଲୋଡ଼ିଥିଲେ l ବିଧାୟକଙ୍କ ହସ୍ତକ୍ଷେପ ଓ ପ୍ରଶାସନର ସହାୟତା ପରେ ଆଜି ବେଙ୍ଗୁଲୁରୁ ମୃତ ଶ୍ରମିକର ମରଶରୀର ଘରେ ପହଞ୍ଚିବାରେ ସମ୍ଭବ ହୋଇ ପାରିଛି l ଶବ ଘରେ ପହଞ୍ଚିବା ପରେ ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖା, ପିତାମହୁଲ ସରପଞ୍ଚ ଆକସ୍ମିତା ବଢ଼ିଆ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଂଜିତ କୁମାର ରଥ ପ୍ରମୁଖ ଘରେ ପହଞ୍ଚି ଆର୍ଥିକ ସାହାଯ୍ୟ କରିଥିଲେ l ପରେ ଶ୍ରମିକ ର ମୃତ ଦେହ କୁ ଗ୍ରାମର ଶ୍ୱାସାନ ଘାଟରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ l