-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
13-Jan-2024
ବୀରମହାରାଜପୁର, ( ବିନୋଦ ପାଣ୍ଡେ ): ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଯୁକ୍ତ ଦୁଇ ବିଦ୍ୟାଳୟ ଠାରେ ୩୮ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଭୋଲାନାଥ କର୍ମୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋନପୁର କଲେଜ ଅବସରପ୍ରାପ୍ତ ପ୍ରାଧ୍ୟାପକ ଜ୍ୟୋତି ରଞ୍ଜନ ବହିଦାର , ଆଇନ ଜୀବି ଅଦ୍ଵୈତ କୁମାର ପଣ୍ଡା ସମ୍ମାନିତ ଅତିଥି ଓ ବୀରମହାରାଜପୁର କଲେଜ ଓଡିଆ ଅଧ୍ୟାପକ ପ୍ରକାଶ ସେଠ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ। ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଗତବର୍ଷ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ସୁଶ୍ରୀ ସୁକୁମାରୀ ମେହେର ଙ୍କୁ ମାନପତ୍ର ସହ ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା। ସାଂସ୍କୃତିକ ପରିଷଦ ଉପ ସଭାପତି ରମାକାନ୍ତ ପୁରୋହିତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଦେବାଶିଷ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।ସଭା ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏଥିରେ ସୁବ୍ରତ କୁମାର ପଣ୍ଡା,ଟୁନା ମେହେର, ଅନ୍ନଦା ମିଶ୍ର, ପ୍ରଜ୍ଞା କଳ୍ପିତା ମିଶ୍ର, ସୁରେନ୍ଦ୍ର କୁମାର ସାହୁ ଓ ଗୋପାଳ ଭୋଇ ପ୍ରମୁଖ ସହଯୋଗ କରିଥିଲେ।