-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
13-Jan-2024
(ଡୋଲେସ୍ବର ଵାଗ )
. ନୂଆପଡ଼ା ଜିଲ୍ଲା ର ଶେଷ ଗ୍ରାମପଞ୍ଚାୟତ ବାବେବୀର ଠାରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଅଛି। ନାଏବ ସରପଞ୍ଚ ଯୋଗେଶ୍ୱର ପାଣ୍ଡେ ବିକଶିତ ରଥ କୁ ସ୍ବାଗତ କରିଥିବା ବେଳେ ୨୦୪୭ ସୁଦ୍ଧା ଭାରତ କୁ ବିକଶିତ ଭାରତ ଗଠନ କରିବାକୁ ସଙ୍କଳ୍ପ ନେଇଥିଲେ। ନୋଡାଲ ଅଧିକାରୀ ଜୟା ନନ୍ଦ ମେହେର, ସମନ୍ୱିତ ଶିଶୁ ଓ ମହିଳା ବିକାଶ ବିଭାଗ ରୁ ବେଦମତି ଖମାରୀ ଯୋଗ ଦେଇ ପୋଷଣ ଯୋଜନା, ମାଁ ଓ ଶିଶୁର ବିକାଶ ଉପରେ ବୁଝାଇଥିଲେ। କୃଷି ଅଧିକାରୀ ଦେବବ୍ରତ ସାହୁ ପ୍ରଧାନ ମନ୍ତ୍ରୀଙ୍କ ବିଭିନ୍ନ ଚାଷ ଓ ଚାଷୀ ଉପଯୋଗୀ ଯୋଜନା ଉପରେ ଆଲୋକପାତ କରିଥିଲେ ।ଡାକ ବିଭାଗ ର ଲମ୍ବୋଦର ଜେନା ଯୋଗ ଦେଇ ବୀମା ଯୋଜନା, ମହିଳା ସଂଚୟ ଜମା ଏବଂ ସୁ କନ୍ୟା ସମୃଦ୍ଧି ଯୋଜନା ଉପରେ ବୁଝାଇଥିଲେ। ଅବସର ପ୍ରାପ୍ତ ଶିକ୍ଷକ ହୃଷୀକେଶ କଟା, ସାଂସଦ ପ୍ରତିନିଧି ଅତିନ୍ଦ୍ର ସିଂ, ଏମ ବି କେ ସଂଯୁକ୍ତା ପଟେଲ, ଦୂରଦର୍ଶନ ନିର୍ଦ୍ଧେଶକ ଭବାନୀପାଟଣା ଅଶୋକ କୁମାର ରାଉତ ସମାପନ ଉତ୍ସବ ରେ ଯୋଗ ଦେଇଥିଲେ। ଗ୍ରାମବାସୀ ମାନେ ମିଳିତ ରୂପେ କ୍ଷୁଦ୍ର ଚଳଚିତ୍ର ମାଧ୍ୟମ ରେ କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଦେଖିଥିଲେ। ସ୍କୁଲ ଛାତ୍ରୀଙ୍କ ଦ୍ବାରା ମହିଳା ସୁରକ୍ଷା, ମହିଳା ଏବଂ ଶିଶୁଙ୍କ ପୋଷଣ ଯୋଜନା, ମହିଳା ଗୋଷ୍ଠୀ ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଜିଲ୍ଲାର ଗ୍ରାମାଞ୍ଚଳ ର ଶେଷ କାର୍ଯ୍ୟକ୍ରମ ଯୋଗୁଁ ବହୁ ମହିଳା ଛାତ୍ର ଛାତ୍ରୀ ମାନେ ଯୋଗଦେଇଥିଲେ।