-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
13-Jan-2024
ପାଟଣାଗଡ (ପୁର୍ଣ୍ଣ ଶଶୀ ଶେଖର ରାଓ)ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ମଣ୍ଡୋମହୁଲ ପଞ୍ଚାୟତ ମନାଇପାଦ ଆଦିବାସୀ ଉଚ୍ଚ ବିଦ୍ୟାଳୟ ପରିସର ରେ ୧୪ ତମ ବାର୍ଷିକ କ୍ରିଡାଉତ୍ସବ ଉଦଯାପିତ ହୋଇଯାଇଛି । ଏହି ଉତ୍ସବ ୧୨ ଓ ୧୩ ତାରିଖ ଦୁଇଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ସ୍କୁଲ ପରିଚାଳନା କମିଟିର ସଭାପତି ଶଙ୍କର ମେହେର ମୂଖ୍ୟ ବକ୍ତା , ମଣ୍ଡୋମହୁଲ ସରପଞ୍ଚ ସୁଦର୍ଶନ ମହାନନ୍ଦ , ବିଧାୟକ ପ୍ରତିନିଧି କିର୍ତ୍ତନ ବରିହା ,ଲୋକ ସଭା ସାଂସଦ ପ୍ରତିନିଧି ପଙ୍କଜ କୁମାର ଭୋଇ ,ଦୁଲେଶ୍ଵର ପଟେଲ , ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦଘାଟନ ହୋଇଥିବା ବେଳେ ଶନିବାର ଉଦଯାପିତ ହୋଇଯାଇଛି ।ପ୍ରଧାନ ଶିକ୍ଷକ ଗରୁଡ କୁମାର ସାମଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବିଦ୍ୟାଳୟ ସହକାରୀ ଓ କର୍ମଚାରୀ ଓଁ କାର ରଞ୍ଜନ ମିଶ୍ର ,ପ୍ରଦୀପ କୁମାର ଦତ୍ତ ,ମନ୍ମଥ ନାଥ ପୁଟେଲ , ଭେଙ୍କଟେଶ୍ଵର ଦାସ , ଡୋଲାମଣି ସାହୁ, ବିନୋଦ କୁମାର ମହାନ୍ତି ,ଅଶ୍ଵିନୀ କୁମାର ସାହୁ ,ପ୍ରଦୀପ କୁମାର ଭୋଇ ,କାର୍ତ୍ତିକ ମାଝୀ ,ରାତ୍ରଜଗୁଆଲି ରମଣୀ ରଞ୍ଜନ ଦାସ ,ପରିଚାଳନା କମିଟିର ସଦସ୍ୟ ,ପୂର୍ବତନ ଛାତ୍ର ଲଲିତ ମଲ୍ଲିକ ,କୌଲାଶ ତାଣ୍ଡି,ଘନ ଭୁଏ ,ସୁଜିତ କୁମାର ମେହେର ,ଶ୍ୟାମ ମାଝୀ ପ୍ରମୁଖ ସହଯୋହ କରିଥିଲେ । ଶାରିରୀକ କ୍ରିଡା ଶିକ୍ଷକ ମନୋଜ କୁମାର ମେହେର ଖେଳ ପରିଚାଳନା କରିଥିଲେ ।