-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
13-Jan-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୁଜନ ନାଗ ସ୍ମାରକୀ ରାଜ୍ୟ ସ୍ତରୀୟ ଫୂଟବଲ ଟୁର୍ନାମେଣ୍ଟ ର ଦ୍ୱତୀୟ ସେମିଫାଇନାଲ ରେ ଆଜି ସିସିଏଫ୍ଏ ବୀରମହାରାଜପୁର ବନାମ ରିଜୁଲ ତରଭା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଆଜି ର ମ୍ୟାଚ ରେ ସିସିଏଫ୍ଏ ବୀରମହରାଜପୁର ୫-୧ ଗୋଲ ବ୍ୟବଧାନ ରେ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଛି। ଆଜି ର ମ୍ୟାଚ ରେ ବେଷ୍ଟ ଗୋଲକିପର ଶ୍ରାବଣ ତନ୍ତୀ, ବେଷ୍ଟ ଡିଫେନ୍ସ ଦୀପକ କଁହର, ବେଷ୍ଟ ଉଇଙ୍ଗର ଫ୍ଲାମିଙ୍ଗ ରାହୁଲ, ବେଷ୍ଟ ମିଡ୍ ଫିଲ୍ଡ ପଠାନଡାଙ୍ଗ, ଓ ମେନ ଅଫ ଦ ମ୍ୟାଚ୍ ଭାବେ ରିଜୁଲ ଆର୍ଟିକା ଅତିଥି ଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ l ଆଜିକାର ଏହି ଖେଳ ରେ ସମାଜସେବୀ ଆକବର ଖାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଥିବା ବେଳେ କ୍ରୀଡା ବିତ୍ ହରିହର ପଟ୍ଟନାୟକ , ଅନିଲ ଭୋଇନା ଆଇନ ଜିବୀ ନନ୍ଦକିଶୋର ତ୍ରିପାଠୀ , ରାଜୀବ ଲୋଚନ ପଟ୍ଟନାୟକ ରମଣ ପଧାନ ,ଅମିତ ସାହୁ ଏବଂ ଆୟୋଜକ କମିଟି ର ଅଧ୍ୟକ୍ଷ ଜଳନ୍ଧର ଦୀପ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦାନ କରି ଥିଲେ l ଆଜିର ଖେଳ କୁ ଜିତେନ୍ଦ୍ର ଥନାପତି ପରିଚାଳନା କରିଥିବା ବେଳେ ପ୍ରଶାନ୍ତ ସେଠି, ଜଗତ ଜଗଦଲା ଲାଇନ୍ସମେନ ଭାବରେ ସହଯୋଗ କରି ଥିଲେ l ଚତୁର୍ଥ ରେଫରୀ ଭାବରେ ରାଜେଶ ଥନାପତି ଏବଂ ଚିକୁ ବଡ ପଣ୍ଡା ମ୍ୟାଚ କମିଶନର ଭାବରେ ଦାଇତ୍ୱ ତୁଲାଇ ଥିଲେ l ପ୍ରକାଶ କୁମ୍ଭାର ଧାରା ବିବରଣୀ ପ୍ରଦାନ କରି ଥିଲେ l ପୁରସ୍କାର ବିବରଣୀ କାର୍ଯ୍ୟକର୍ମ କୁ ଏକାଡେମୀ ର ସଭାପତି ରାକେଶ ନାଗ ପରିଚାଳନା କରିଥିଲେ l ଖଗେଶ୍ୱର ତାଣ୍ଡି , ଜନ୍ମେଜୟ ନାଗ ,ଦୀପକ, ନେଉଳ, ରବି, ନଟ, ଭୁର୍ଷୁବ ଉପେନ୍ଦ୍ର ସୁନା ଏବଂ ନୀଳକଣ୍ଠ କୁମ୍ଭାର ପ୍ରମୁଖ ସହଯୋଗ କରି ଥିଲେ l
ଆସନ୍ତା କାଲି ଫାଇନାଲ ମ୍ୟାଚ ଇଲେଭେନ ଷ୍ଟାର କଳାପଥର ବନାମ ସିସିଏଫ୍ଏ ବୀରମହାରାଜପୁର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ଶ୍ରୀ ନାଗ ପ୍ରକାଶ କରିଛନ୍ତି l