-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
13-Jan-2024
ବଲାଙ୍ଗିର (ପ୍ରେରଣା ଖବର ): ବଲାଙ୍ଗୀର ସହରରେ ଗଢି ଉଠିଥିବା ବିଭିନ୍ନ ସଂଗଠନ ବା କମିଟି ମଧ୍ଯରୁ ସ୍ଥାନୀୟ ରୁଗୁଡି ପଡା ସେରଶୁଆଁ ଗୁଡି କମିଟି ଅନ୍ୟତମ। ସହରର ବିଭିନ୍ନ ପଡାରୁ ସଂଯୋଗ ସ୍ଥାପନ କରି ଏକ ସୁନ୍ଦର ଭାଇଚାରା ମଧ୍ଯରେ ଗଢି ଉଠିଛି ଏହି କମିଟି। ନିସ୍ୱାର୍ଥପର ଭାବରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇ ସମାଜରେ ଆଜି ଉଦାହରଣ ହୋଇ ଅନ୍ୟ ମାନଙ୍କୁ ପ୍ରେରଣା ଦେଉଛି ଏହି କମିଟି। ଗତକାଲି ସଂନ୍ଧ୍ଯା ସମୟର ବଲାଙ୍ଗୀର ମାଟି ର ବହୁଳ ପ୍ରସାରିତ ୟୁଟୁବ ଚେନାଲ୍ 'ମୋର ସମିଆ' ର ସମ୍ପାଦକଙ୍କୁ ଏହି କମିଟି ସେରଶୁଆଁ ଗୁଡି ଠାରେ ମାନପତ୍ର ଓ ଉପଢ଼ୌକନ ସହ ସମସ୍ତ କର୍ମକର୍ତ୍ତାଙ୍କ ଗହଣରେ ସମ୍ମାନିତ କରାଯାଇଥିଲା। ସମ୍ପାଦକ ଅନିମେସ ପାଣିଗ୍ରାହୀଙ୍କ ନିଆରା ଖବର ପରିବେଷଣ ଶୈଳୀ ଆଜି ସମସ୍ତ ଦର୍ଶକଙ୍କୁ ବିମୋହିତ କରୁଥିବା ମତ ରଖିଥିଲେ ସମସ୍ତ କର୍ମକର୍ତ୍ତା। ଶ୍ରୀମନ୍ତ ପଣ୍ଡା ଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ କମ୍ବୁ ପାଣି ପୁଝାରୀ , ସନ୍ତୋଷ , ଅନୀଲ ନନ୍ଦ , ରଘୁ ନନ୍ଦନ ସିଂହ, ବାଜୁ ଦାସ , ସୁନୀଲ ମିଶ୍ର , ବାବୁ ପୁଝାରୀ, ଚର୍ଚିତ, ବାବନ୍ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l