-+91-9937148622 |
prerana_bgr@rediffmail.com |
Monday 9th March 2026 |
R.N.I. Regd No. ODIODI/2010/46693
Breaking News
12-Jan-2024
ପଦ୍ମପୁର(ପ୍ରେରଣା ଖବର )
କୁଶୁନାପାଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆସନ୍ତା ତା:୧୩ ଓ ୧୪ ରିଖ ଦୁଇ ଦିନ ଧରି ହେବାକୁ ଥିବା ସମ୍ଭାଗ ସ୍ତରୀୟ ଖେଳକୁଦ (ଏଥଲେଟିକ୍ସ)ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।ବରଗଡ଼ ବିଭାଗ ନିରୀକ୍ଷକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଯୁବରାଜ ପଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ଭାଗ ଖେଳକୁଦ ରେ ପଶ୍ଚିମ ସମ୍ଭାଗ ଅନ୍ତର୍ଗତ ୮ ଟି ଜିଲ୍ଲା ରୁ ୨୦୦ ରୁ ଅଧିକ ଜଣ ପ୍ରତିଯୋଗୀ ଭାଗନେବେ ଓ ଏହା ଧୂମାଭଟା ପଡିଆରେ ଅନୁଷ୍ଠିତ ହେବ ।ଏଣୁ ଯାତାୟତ ତଥା ଖେଳ ର ସୁପରିଚାଳନା ପାଇଁ ଏହି ବୈଠକରେ ଆଲୋଚନା କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ପୃଥିରାଜ ସାହୁ ସଭାପତି, ଶ୍ରୀ ଘନଶ୍ୟାମ ପୁଞ୍ଜି କୋଷାଧ୍ୟକ୍ଷ, ଶ୍ରୀ ଗୋପାଳ କୃଷ୍ଣ ମିଶ୍ର ଉପସଭାପତି, ଶ୍ରୀ ଦ୍ୱାଦଶ କୁମାର ପଧାନ ସଂକୁଳ ପ୍ରମୁଖ, ଚୈତନ୍ୟ ଭୋଇ ସହ ପ୍ରଧାନ ଆଚାର୍ଯ୍ୟ ,ମୁଦିରଥ ପଣ୍ଡା, ସୁଜାତା ତ୍ରିପାଠୀ,ମୋନାଲିସା ସ୍ୱାଇଁ,ଝରଣା ପଧାନ ପ୍ରମୁଖ ଉପସ୍ଥିତ ଥିଲେ ।